ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ବିଶ୍ବନାଥପୁର ବିଜୟୀ
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ଶନିବାର ଗ୍ରାମ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ବିଜୁ ଯୁବ ବାହିନୀ ସଂଗଠନ ଅମୂଲ୍ୟ ମୋହନ ଷଢ଼ଙ୍ଗୀ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରତିଯୋଗିତାରେ ପଞ୍ଚାୟତରୁ ୪ଟି ଦଳ ଏଥିରେ ଯୋଗଦାନ କରିଥିଲେ । ବ୍ଳକ ସ୍ତରରେ ହେବାକୁ ଥିବା ଭଲିବଲ ଖେଳିବା ପାଇଁ ବିଶ୍ୱନାଥପୁର ଦଳର ପଦ୍ନୁମ୍ୟ ମିଶ୍ର, ରିପନା ମିଶ୍ର, ସିଫନ ମିଶ୍ର, ସୂର୍ଯ୍ୟ ମହାପାତ୍ର, ଶାନ୍ତିଶଙ୍କର ମିଶ୍ର, ଚିନ୍ମୟ ଷଢ଼ଙ୍ଗୀ, ଦୀପ୍ତି ରଂଜନ ମିଶ୍ର ଏମାନଙ୍କୁ ମନୋନୀତ କରାଯାଇଛି । ପଞ୍ଚାୟତର ବିଜୁ ଯୁବ ବାହିନୀର ସଭାପତି ଶକ୍ତି ସୌଭାଗ୍ୟ ମିଶ୍ର, ସମ୍ପାଦକ, ସେକ୍ରେଟେରୀ ଓ ଅନ୍ୟ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
Biswanathpur Bali bal