ଅଁଳାନବମୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହେବ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ଦୁତୀୟ ଗଣ ପର୍ବ ଭାବେ ସାକ୍ଷୀଗୋପିନାଥ ଦେବଙ୍କ ଅଁଳାନବମୀ ଯାତ୍ରା ବେଶ ଜଣାଶୁଣା । ଏହାର ପ୍ରଥମ ପ୍ରସ୍ୁତି ବୈଠକ ଆଜି ବକୁଳବନ ସ୍ଥିତ ପଞ୍ଚସଖା ପାଠଗାର ପରିସରରେ ଅନୁଷ୍ଠିତ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟତ୍ୱରେ ଥିôବା ସତଞବାଦୀ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀଙ୍କ ଠାରୁ ସୁଚନା ମିଳିଛି । ଏହି ବୈଠକରେ ସ୍ଥାନୀୟ ବିଧାୟକଙ୍କ ସହିତ ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସହିତ ମନ୍ଦିର ସେବାୟତ ସଂଘ, ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ବ୍ଳକ ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବ୍ୟାରିକେଟ, ମନ୍ଦିର ଫୁଲସଜା, ମନ୍ଦିର ମରାମତି, ରଙ୍ଗ ଆଦି ସମ୍ପର୍କେ ଆଲେଚନା କରାଯିବ । ମନ୍ଦିର ମଧ୍ୟକୁ ଯିବା ପାଇଁ ପାସ ସମ୍ପର୍କେ ମୁଖ୍ୟ ଆଲେଚନା ହେବ ବୋଲି ସେବାୟତ ମାନଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୭/୧୦/୨୦୨୫, ୯,୪୫ Sakhigopal News,7/10/2025