ଆଇନଜୀବି ପିତବାସ ପଣ୍ଡାଙ୍କୁ ହତ୍ୟା ଘଟଣାକୁ, ନିନ୍ଦା କଲା ଭଂଜନଗର ଓକିଲ ସଂଘ
ଗଂଜାମ ଭଂଜନଗର ଓକିଲ ସଂଘ । ଏନେଇ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ୍ ସଭାଗୃହ ଠାରେ ଆୟୋଜିତ ହୋଇଥିଲା ଶୋକ ସଭା । ଜଣେ ଆଇନଜୀବୀଙ୍କୁ ଜନଗହଳି ପୂର୍ଣ୍ଣ ସହରରେ ଯେଉଁଭଳି ଭାବେ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କଲେ, ତାଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବୀ ଉଠାଇଲା ସଂଘ । ଏହାସହ ଆଇନଜୀବୀଙ୍କ ପାଇଁ ସୁରକ୍ଷା ଆଇନ୍ ପ୍ରଣୟନ କରିବା ଏବଂ ସ୍ବର୍ଗତ ଆଇନଜୀବୀ ପିତବାସ ପଣ୍ଡାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ଦାଵୀ ରଖିଛି ସଂଘ । ଓକିଲ ସଂଘର ଏଭଳି ପ୍ରସ୍ତାବକୁ ସମର୍ଥନ କରିଛନ୍ତି, ସହରର ବୁଦ୍ଧିଜୀବୀ ମାନେ । ଆୟୋଜିତ ଶୋକସଭା ରେ ଭଂଜନଗର ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଉପସ୍ଥିତ ରହି, ସ୍ବର୍ଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୧୦/୨୦୨୫----୯,୩୫ Sakhigopal News,8/10/2025