ସତ୍ୟବାଦୀ ବ୍ଳକର ଭର୍ତ୍ତା କାର୍ଯ୍ୟାଳୟରେ ବ୍ଳକ ଅଧ୍ୟକ୍ଷ ପକାଇଧ୍ୟଲେ ଚାବି
ସାକ୍ଷୀଗୋପାଳ--- ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଆଜି ଭର୍ତ୍ତା କାର୍ଯ୍ୟାଳୟରେ ଚାବି ପକାଇଥିବା ଜଣାପଡିଛି । ସରକାର ପରିବର୍ତ୍ତନ ହେବା ପରଠାରୁ କର୍ମଚାରୀ ମାନେ ନିଜ ନିଜର କର୍ତ୍ତବ୍ୟ ବା ଆଇନ ପରିଷେଦକୁ ଭୁଲି ଯାଇ ନିଜର ଆସନକୁ ସୁରକ୍ଷିତ ରଖିବା ପାଇଁ ଲାଗିପଡିଛନ୍ତି । ବିଶେଷ ସୁତ୍ରରୁ ଜଣାପଡିଛି ଯେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହ ତାଙ୍କୁ ଅଣଦେଖା କରି କାର୍ଯ୍ୟ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ସତ୍ୟବାଦୀ ବ୍ଳକରେ ଭର୍ତ୍ତା ବିଭାଗରେ ମନଇଛା କାର୍ଯ୍ୟ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଚାବି ମାରିଥିବା କହିଛନ୍ତି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ସଠିକ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୧୦/୨୦୨୫----୬,୧୦ Sakhigopal News,13/10/2025