ସତ୍ୟବାଦୀରେ ୧୪୮ତମ ଗୋପବନ୍ଧୁ ଜୟନ୍ତୀ ପାଳିତ ; ବିଭିନ୍ନ ଦଳୀୟ, ସ୍ୱେଚ୍ଛାସେବୀ ସଂଗଠନ, ଗୋପବନ୍ଧୁ ପ୍ରେମୀ ମାନେ ଜୟନ୍ତୀ ପାଳନ କଲେ ଜନ୍ମପୀଠ ଠାରୁ କର୍ମପୀଠ ପର୍ଯନ୍ତ ସବୁଠାରେ ଗହଳି
ସାକ୍ଷୀଗୋପାଳ ------ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜନ୍ମଜୟନ୍ତୀ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ବିଶେଷ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଐତିହ୍ୟ ଗ୍ରାମ ତଥା ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରୁ ତାଙ୍କ କର୍ମୀପୀଠ ସାକ୍ଷୀଗୋପାଳ ବକୁଳବନ ସବୁଠାରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ପଞ୍ଚସଖା ସମାଧିପୀଠ ପରିସରରେ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ , ବିଡିଓ ଦେବାଶିଷ ନାୟକ, ଜିଲ୍ଲା ସୂୁଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା,ସାକ୍ଷୀଗୋପାଳ ମନ୍ଦିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତିଙ୍କ ସହିତ ପ୍ରମୁଖ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀ ସୂରଜ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ଓ ବିଷ୍ଠୁପିୟା ବରାଳଙ୍କ ସହିତ ଶତାଧିକ ବିଜେପି କର୍ମୀଙ୍କ ଗହଣରେ ବକୁଳବନ ସ୍ଥିତ ସମାଧିପୀଠ ଓ ମନ୍ଦିର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରିବା ସହଐତିହ୍ୟ ସୁଆଣ୍ଡୋ ଗ୍ରାମରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠୀଘର, ମ୍ୟୁୟଜିୟମ ଓ କ୍ୟାମ୍ପସ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଜେଡି, କଂଗ୍ରେସ ଦଳୀୟ ନେତାଙ୍କ ସହିତ କର୍ମୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ଜନ୍ମଜୟନ୍ତୀ ପାଳିତ ହୋଇଛି । ଗୋପବନ୍ଧୁ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ଅନୁଷ୍ଠିତ ହୋଇଥିଲା । ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ନୟାଗଡ ବିଧାୟକ ଅରୁଣ ସାହୁ, ପୂର୍ବତନ ବ୍ରହ୍ମଗିରି ବିଧାୟକତଥା ବିଜେଡି ଦଳର ରାଜ୍ୟ ସମ୍ପାଦକ ସଂଞ୍ଜୟ ଦାସ ବର୍ମା, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ପୁର୍ବତନ ରାଜ୍ୟ ସଂସଦ ଅମର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ଅମରେଶ ପତି, ବିଜେଡି ରାଜ୍ୟ ମହିଳା ସମ୍ପାଦିକା କସ୍ତୁରୀ ସ୍ୱାଇଁ ସୁବତ୍ର ଛାଟେଇ ପ୍ରମୁଖ ଜୟନ୍ତୀରେ ଯୋଗ ଦେଇଥିବାର ଦେଖାଯାଇଥିଲା । ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ଉକ୍ତ ସ୍ମୁତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀ ମାନେ ଯୋଗଦେଇ ଗାପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଦୀପ, ଧୂପ ଦେଇ ମାଲ୍ୟର୍ପଣ କରିବା ସହ ଗୋପବନ୍ଧୁ ଅମର ରହେ ସ୍କୋଗାନ ଦେଇ ସ୍ମୁତି ଚାରଣ କରିଥିଲେ । ସେହିପରି କଂଗ୍ରେସ ଦଳର ପୂର୍ବତନ ପିସିସି ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ପୂର୍ବତନ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା , ସୁବାଷ ମହାପାତ୍ର ଐତିହ୍ୟ ଗ୍ରାମରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ତାଙ୍କ ନେତୃତ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଞ୍ଚସଖା ସମାଧିପୀଠ ପରିସରରେ ସଂକୀର୍ତ୍ତନ ଶ୍ରଦ୍ଧାଞ୍ଜଳି ସହିତ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରତାପ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ପତଞ୍ଜଳି ଯୋଗ ସମିତି, ଭାତ ବିକାଶ ପରିଷଦ, ସତ୍ୟବାଦୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଇନଜୀବୀ ଗୁଣ୍ଡିଚା ବରାଳଙ୍କ ସହିତ ÷ନ୍ୟ ମାନେ , ପ୍ରୟାସ ଅନୁଷ୍ଠାନ ପକ୍ଷରୁ ି କୃଷ୍ଣଚନ୍ଦ୍ର ଜଗଦେବ, କାମାକ୍ଷା ପ୍ରସାଦ ପ୍ରଧାନ, ପ୍ରାଚୁର୍ଯ୍ୟ ହୋତା, ଲକ୍ଷ୍ମଣ ବେହେରା ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଓ ଗୋପବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୀଠରେ ଅତିଥି ମ।।ନେ ପୁଷ୍ପାମଲ୍ୟ ଅର୍ପଣ କରାଯାଇଥିଲା । ଲୋକକଳା ଗ୍ରାମରୁ କୈଳାସ ଗୋଟିପୁଅ ନୃତ୍ୟୁ ପରିଷଦ ଓ ମୃଦଙ୍ଗ ବାଦ୍ୟ ନୃତ୍ୟୁ ପରିଷଦର ଗୁରୁ ରମେଶ ପଲେଇ ଓ ଗୁରୁ କୌଳାସଙ୍କ ନେତ୍ୱତୃରେ ଗୋଟିପୁଅ, ମୃତଙ୍ଗ ବାଦ୍ୟ, ସଂକୀର୍ତ୍ତନ, କାଳୀ , ନାଗା ଓ ଦୁର୍ଗା ବେଢ଼ ସହ ଯୋଡିଘୋଡାନୃତ୍ୟୁ ପରିବେଷଣ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧୦/୨୦୨୫---୬,୨୫ Sakhigopal News, 9/10/2025