ସାକ୍ଷୀଗୋପାଳ--- ସତ୍ୟବାଦୀ ଆତ୍ମାର ସଭାଗୃହ ପରିସରରେ ଦୁତୀୟ ମଣ୍ଡଳ କୃଷକ ଉପଦେଷ୍ଟା ମଣ୍ଡଳୀର ଦୁତୀୟ ବୈଠକ ଓ ଏଫଆଇଏସି ସତ୍ୟବାଦୀ ତାଲିମ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆତ୍ମାର ସଭାପତି ସୁରେନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ । ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ଯେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯେ କୌଣସି ଯୋଜନା ଆସୁଛି ସେ ସମ୍ପର୍କରେ ନୂତନ ମଣ୍ଡଳୀ ବା କୃଷକ ଉପଦେଷ୍ଟା ମଣ୍ଡଳୀ ମାନଙ୍କୁ ଜଣାଇବା ଦରକାର । ବିଶେଷ କରି ଗ୍ରାମ ମାନଙ୍କରେ ଥିବା ପକୃତ ଚାଷୀ ମାନଙ୍କୁ ନୂତନ ପଦ୍ଧତିରେ ଚାଷ ସମ୍ବନ୍ଦୀୟ ଚାଷ ପ୍ରଣାଳୀ ଶିକ୍ଷା ଦେବା ସହ ସେମାନଙ୍କୁ ସଚେତନତା କରାଇବା ଉପରେ ଗୁରୁତ୍ୱ ଦେବା ପାଇଁ ଅଧିକାରୀ ମାନଙ୍କୁ କହିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ରାଉତରାୟ, ରତିକାନ୍ତ ମିଶ୍ର ସଦସ୍ୟା ବିଷ୍ଠୁପିୟା ବରାଳ ଯୋଗ ଦେଇ ସରକାର କୃଷକ ମାନଙ୍କ ପାଇଁ ପଠାଉଥିବା ସାମଗ୍ରୀ ଯେପରି ବାଟ ମାରଣା ଏ ସରକାରଙ୍କ ସମୟରେ ନହୁଏ ସେଥିପ୍ରତି ସଜାଗ ହେବା ପାଇଁ ଶ୍ରୀ ମିଶ୍ର ଅଧିକାରୀ ମାନଙ୍କୁ କୌହିଥିଲେ । ରାଜ୍ୟ ସରକାର ୨୫ - ୨୬ ବର୍ଷ ପାଇଁ ବିଭିନ୍ନ ଯୋଜନାରେ ଖର୍ଚ୍ଚ କରିବା ପାଇଁ ୩ ଲକ୍ଷ ୫୭ ହଜାର ୪ଶହ ଟଙ୍କା ଅର୍ଥ ମିଳିଥିବା ସତ୍ୟବାଦୀ ମଣ୍ଡଳ ବୈଷିକ ପରିଚାଳକ ସୋଲେ ସେ ଦାଶଙ୍କ ଠାରୁ ସୁଚନା ମିଳିଛି । ମଣ୍ଡଳ କୃଷି ଅଧିକାରୀ ସୋଦେଶ୍ନା ପରିଡା, ସହକାରୀ କୃଷି ଅଧିକାରୀ କୁମାର ଚିରଞ୍ଜିବି, ସହକାରୀ ମତ୍ସ ଅଧିକାରୀ ଲିପିବାଲା ଖୁଣ୍ଠିଆ , ସହକାରୀ ପଶୁ ଚିକିତ୍ସା ଅଧିକାରୀ ମୌସୁମୀ ମହାପାତ୍ର, ମୃତ୍ତିକା ସଂରକ୍ଷଣ ଅଧିକାରୀ ମିଲନ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମଣ୍ଡଳ ବୈଷିକ ପରିଚାଳକ ସୋଲେସ ଦାଶ । ଧନ୍ୟବାଦ ଦେଇଥିଲେ ସହକାରୀ ବୈଷିକ ପରିଚାଳକ ବିଭୂତି ଭୂଷଣ ପ୍ରଧାନ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୦/୨୦୨୫---୭,୨୫ Sakhigopal News, 13/8/2025