Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଖୋ- ଖୋ ପ୍ରତିଯୋଗିତା ଉଦଘାଟିତ

ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍‌ଡଳ ସ୍ତରୀୟ ବିଦ୍ୟାଳୟ ସମୂହ ଖୋ- ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସଂଗଠନର ଉପ ସଭାପତି ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷ୍‌କ ଅମିତା ସେନାପତିଙ୍କ ସହିତ ମଣ୍ଡଳ ଶିକ୍ଷା ବିଭାଗର ଏବିଓ ଛାଟେଇ ମୋତିଲାଲ ରାୟ , ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଖୋ- ଖୋ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପ ଦୀପ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହୋଇ ଖେଳିବା ସହ ବ୍ଳକର ନାମ ରଖିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ଉଦଘାଟନ ସଭାରେ ଶାରୀରିକ କ୍ରୀଡା ଶିକ୍ଷକ ଦାମଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଶାରୀରିକ କ୍ରୀଡା ଶିକ୍ଷକ ସନ୍ଦୀପ ତ୍ରିପାଠୀ ଭଲିବଲରେ ସତ୍ୟବାଦୀ ବ୍ଳକର ତିନିଜଣ ଛାତ୍ର ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ନେଇ କହିବା ସହ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲା ଓ ରାଜ୍ୟରେ ନାମ ରଖିଛନ୍ତି ବୋଲି କହିଥିଲେ । ସେହିପରି ଶାରୀରିକ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଦାମଦର ମିଶ୍ର, ଲିଙ୍ଗରାଜ ସାହୁ, ମୌସୁମି ଦାଶ, ସଂଗ୍ରାମ କେଶରୀ ମହାନ୍ତି , ସନ୍ଦୀପ ତ୍ରିପାଠୀ, ପୁଷ୍ପାଞ୍ଜଳି ଜେନା, ଜୟଶ୍ରୀ ପଣ୍ଡା, ଅମ୍ବିକା ମଲିକ, ବିପିନି ପ୍ରଧାନ, ଅରଜିତି ପ୍ରସାଦ ଗିରି, ପିୟଙ୍କା ଭୋଇ, ସୁରେଶ ସ୍ୱାଇଁ, ଲକ୍ଷ୍ମୀପିୟା ମାନସିଂ,  ସୁଧିରି କୁମାର ସାହୁ,ବିଭୂତି ଭୂଷଣ ପ୍ରଧାନ ପ୍ରସନ୍ନୁ ମହାନ୍ତି ପ୍ରମୁଖ ଖେଳ ପରିଚାଳନା ସହିତ ଜିଲ୍ଲା ସ୍ତରକୁ ପିଲା ଚୟପ କରିଥିଲେ । ସତ୍ୟବାଦୀ ବ୍ଳକର ୨୮ ଗୋଟି ବିଦ୍ୟାଳୟରୁ ୧୯୨ ଗଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତ୍‌ି । ସେମାନଙ୍କ ମଧ୍ୟରୁ ୧୪ ବର୍ଷରୁ କମ ବାଳକ୧୨ ଓ ବାଳିକା ୧୨ ସେହିପରି ୧୭ ବର୍ଷରୁ କମ ବାଳକ ୧୨ ଓ ବାଳିକା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରରେ ଖେଳିବାକୁ ବଛା ଯାଇଥିବା ନେଇ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ କ୍ରୀଡା ଶିକ୍ଷକ ତଥା ମଣ୍ଡଳ କ୍ରୀଡା ସଂଗଠନର ସମ୍ପାଦକ ସୁଚିତ୍ର ଖଟୋଇଙ୍କ ଠାରୁ ସୁଚନା ମଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୯/୨୦୨୫---୭,୧୦ Sakhigopal News, 10/10/2025

Blog Archive

Popular Posts