Breaking News

ପିପିଲି ସିଟି ସ୍ଲୁଲର ଛାତ୍ର ଛାତ୍ରୀ ମାନେ ଶିକ୍ଷା ବିଭାଗରେ ନେଇଥିବା ନିଷ୍ପତିକୁ ବିରୋଧ

ପିପିଲି ---- ପୁରୀ ଜିଲ୍ଲା ର ପିପିଲି ବ୍ଲକର ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଆଜି ଏକ ପଦଯାତ୍ରାରେ ଯାଇ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରିଙ୍କୁ  ଦାବିପତ୍ର ଦେଇଛନ୍ତି । ଏନ୍ଆଇଓଏସ ମାଧ୍ୟମରେ ଡିଏଲଇଡି ତାଲିମ ନେଉଥିବା କାର୍ଯ୍ୟରତ  ଅଣ ତାଲିମପ୍ରାପ୍ତ ଶିକ୍ଷକ ମାନଙ୍କୁ ଓଟିଇଟି ପରିକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର ନିୟମିତ ଛାତ୍ରଛାତ୍ରୀ ମାନେ ଏହାକୁ ତିବ୍ର ବିରୋଧ କରୁଛନ୍ତି । ଏହି ପାଠ୍ୟକ୍ରମର ପ୍ରବେଶିକା ପରିକ୍ଷାରେ ଉର୍ତ୍ତିର୍ଣ୍ଣ  ହୋଇ ନପାରି  ବିଭିନ୍ନ ବେସରକାରି ଅନୁଷ୍ଠାନରୁ ଶିକ୍ଷାଦାନ କରି ଦୂରଶିକ୍ଷା କାର୍ଯ୍ୟକ୍ରମ ପରି ଏକ ଦୃର୍ବଳ ତାଲିମ ନେଉଥିବା ଶିକ୍ଷାର୍ଥିଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦେବା ଶିକ୍ଷାର ଗୁଣାତ୍ମକ ମାନ ଉପରେ ପ୍ରଭାବ ପଡୁଛି ବୋଲି ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।  ।  ସରକାର ତୁରନ୍ତ ନେଇଥିବା  ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଏନଆଇଓଏସ  ଶିକ୍ଷାର୍ଥିଙ୍କୁ ଓଟିଇଟି ପରିକ୍ଷା ରୁ  ନିବୃତ୍ତ ରହିବା  ନେଇ ଛାତ୍ରଛାତ୍ରୀମାନେ ଦାବି ପତ୍ର ରେ ଜଣାଇଛନ୍ତି । ଏହି ପଦଯାତ୍ରାରେ ବିଜୟ କୁମାର ସାହୁ,ଇପସିତା ସୁନ୍ଦରାୟ,ଇଶ୍ୱରି ଦତ୍ତ ଶାସ୍ତ୍ରୀ,ସନ୍ତୋଷ କୁମାର ଭଟ୍ଟ,ସନ୍ତୋଷ କୁମାର ବରାଳ,ମହମ୍ମଦ ଆଜାହାର,ଅଙ୍କିତ ନାୟକ,ଅମିନେଶ ନାୟକ,ସସ୍ମିତା ବିଶ୍ୱାଳ,ଚିତ୍ତ ରଂଜନ ରଣସିଂ,ସନ୍ତୋଷ ସାହୁ,ରଶ୍ମିରଂଜନ ବେହେରା ଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷା ମଣ୍ଡଳ ଅଧିକାରିଙ୍କ କାର୍ଯ୍ୟାଳୟକୁ ପଦଯାତ୍ରା ଦାବି ପତ୍ର ନେଇ ଯାଇଥିଲେ । 

ପିପିଲିରୁ ବିଜୟ କୁମାର ମହାପାତ୍ର 

Ct

Blog Archive

Popular Posts