Breaking News

ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ




ଜଟଣୀ :-ସ୍ଥାନୀୟ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମର "ମା"ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ମାନଙ୍କ ଦ୍ୱାରା "ଆନ୍ତର୍ଜାତୀୟ ଯୋଗ ଦିବସ "ପାଳିତ ହୋଇଯାଇଅଛି l ଏହା ଶିଶୁ ମାନଙ୍କ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଆମ ଗ୍ରହର ସ୍ୱାସ୍ଥ୍ୟ ମଧ୍ୟରେ ସମ୍ପର୍କକୁ ସୂଚିତ କରେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରଙ୍ଗନାଥ ବେହେରା,ଗୁରୁମା ଲକି ସାସମଲ,ରୀତା ପ୍ରଧାନ,ସଜନୀ ମହାପାତ୍ର, ମାଳତୀ ବେହେରା, ସୋୟଂ ପ୍ରଭା ଦାଶ ଏବଂ ଗୁରୁଜୀ ସୁନୀଲ କୁମାର ସେଠି ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗ ପ୍ରାଣ୍ୟାୟାମ କରିଥିଲେ l ସମସ୍ତ ଶିଶୁଙ୍କୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଯୋଗ ଅଭ୍ୟାସ କରିବାକୁ ଉତ୍ସାହିତ କରାଯାଇଥିଲା l ଯୋଗ ଶିଶୁ ଜୀବନରେ ସନ୍ତୁଳନ, ସ୍ପଷ୍ଟତା, ଏକାଗ୍ରତା ଏବଂ ସକାରାତ୍ମକ ଭାବନା ଆଣିଥାଏ l ବିଦ୍ୟାଳୟ ସମ୍ପାଦକ ସୁଶାନ୍ତ କୁମାର ସୁବୁଦ୍ଧି ସୁସ୍ଥତା ପରାମର୍ଶ ଦାତା ରୂପେ ଉପସ୍ଥିତ ରହି ଶିଶୁ ମାନଙ୍କୁ କିଛି ଯୋଗ ଆସନ ଏବଂ ପ୍ରାଣାୟାମ ସହିତ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗାର ଗୁରୁତ୍ୱ ବୁଝାଇଥିଲେ l ସୁସ୍ଥ ସମାଜ ଏବଂ ସୁସ୍ଥ ରାଷ୍ଟ୍ର ଗଠନ ପାଇଁ ସୁସ୍ଥ ନାଗରିକ ହେବା ପାଇଁ ଯୋଗ ଅଭ୍ୟାସ କରିବାକୁ ପ୍ରତିଜ୍ଞା କରାଇଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୬/୨୦୨୫---୯,୫୫ Sakhigopal News,21/6/2025

Blog Archive

Popular Posts