ଜଟଣୀ ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ
ଜଟଣୀ :---: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଜଟଣୀ ମହାବିଦ୍ୟାଳୟରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଭୁବନେଶ୍ୱରସ୍ଥିତ ‘ଆର୍ଟ ଅଫ୍ ଲିଭିଙ୍ଗ୍’ର ଯୋଗ ପ୍ରଶିକ୍ଷିକା ପ୍ରତିଭାରାଣୀ ପାଢ଼ି ଓ ପ୍ରଶିକ୍ଷକ ପ୍ରଦୀପ କୁମାର ଶତପଥୀ ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁସ୍ଥ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ବୋଲି ବକ୍ତବ୍ୟରେ ଅଭିହିତ କରିଥିଲେ । ଏହି ପରିପେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ଆୟୋଜିତ ଏକ ସଭାରେ ପ୍ରାଧ୍ୟାପକ ଡ. ଅନୁପ କୁମାର ମହାନ୍ତି, ଡ. ପ୍ରଶାନ୍ତକୁମାର ପାଣିଗ୍ରାହୀ, ଅଜିତ କୁମାର ସୁନ୍ଦରାୟ ଓ ଡ. ଅମିତ ବିକ୍ରମ ପଟ୍ଟନାୟକ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଦୈନନ୍ଦିନ ଯୋଗାଭ୍ୟାସ କରିବା ପାଇଁ ଉତ୍ସାହିତକରିଥିଲେ । ସଭାକାର୍ଯ୍ୟ ପରେ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରଶିକ୍ଷକଙ୍କ ପରାମର୍ଶରେ ଯୋଗକରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ଡ. ବିଜୟ ଶଙ୍କର, ଡ.ସୁଶାନ୍ତ କୁମାର ବାରିକ ସଂଯୋଜନା କରିଥିଲେ ଓ ସ୍କାଉଟ ଏବଂ ଗାଇନ୍ସର ଅଧ୍ୟାପକ ଗଣେଶ୍ୱର ମଲ୍ଲିକ, ଅଧ୍ୟାପିକା ସୁପ୍ରଭାସାହୁ ପରିଚାଳନାରେ ସହଯୋଗ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୬/୨୦୨୫---୧୦,୩୫ Sakhigopal News,21/6/2025