ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଦେବଙ୍କ ନିକଟରେ ଶହଶହ ଦୀପଦାନ
ସାକ୍ଷୀଗୋପାଳ ---ବିଜେଡି ଦଳର ସୁପ୍ରିମ ତଥା ଓଡିଶା ବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ସିଂହଦ୍ବାର ନିକଟରେ ଦ୍ବୀପ ଦାନ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାର ବିଜେଡ଼ି ସଭାପତି ତଥା ସତ୍ଯବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ତତ୍ବାବଧାନରେ ଏହି ଦ୍ବୀପ ଦାନ କରାଯାଇଥିଲା। ଏଥିରେ ସତ୍ଯବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବ୍ଳକ ସଭାପତି ପ୍ରମୋଦ ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ପୂର୍ବତନ ଦୁଗଲ ସରପଞ୍ଚ ପ୍ରକାଶ ଖଟୋଇ, ପୂର୍ବତନ ନରେନ୍ଦ୍ରପୁର ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର, ଶୁକଳ ସମିତି ସଭ୍ୟ ବସନ୍ତ ପ୍ରଧାନ, ସହିତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ,ସଭ୍ୟାଓ ଶତାଧିକ ମହିଳା ଓ ଯୁବକ ବିଜେଡି କର୍ମୀ ମାନେ ଦ୍ବୀପ ଦାନରେ ସାମିଲ ହୋଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୬/୨୦୨୫---୯,୨୦ Sakhigopal News,22/6/2025