ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
ଭଞ୍ଜନଗର :-----ସ୍ଥାନୀୟ ରୋଟାରୀ କ୍ଳବ କାର୍ଯ୍ୟାଳୟ ଠାରେ କ୍ଳବର ପ୍ରତିଷ୍ଠା ଉତ୍ସବ ସଭାପତି ବସନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି l ସମ୍ପାଦକ ରାମଚନ୍ଦ୍ର ମିଶ୍ର ବାର୍ଷିକ ବିବରଣୀ ସହ କ୍ଳବର କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖଥିଲେ l ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ କୁମାର ଜେନା ଓ ପ୍ରଶାନ୍ତ କୁମାର ସାହୁଙ୍କୁ ଏହିଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ପୂର୍ବତନ ସଭାପତି ସନ୍ତୋଷ ଜେନା ଙ୍କ ଏକତିରିଶ ତମ ବିବାହ ବାର୍ଷିକୀ ହୋଇଥିବା ଯୋଗୁଁ ଏବଂ ପୂର୍ବତନ ସଭାପତି ସନତ କୁମାର ସୁବୁଦ୍ଧି, ବିଶ୍ୱଜିତ ପୃଷ୍ଟିଙ୍କ ଜନ୍ମଦିନ ପାଇଁ କ୍ଳବ ତରଫରୁ ହସଖୁସିରେ ସମସ୍ତ ରୋଟାରୀ ପରିବାର ତରଫରୁ ପାଳନ କରାଯାଇଥିଲା l କ୍ଳବ ସମ୍ପର୍କରେ ପ୍ରାକ୍ତନ ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ ସୂଚନା ପ୍ରଦାନ ସହ ତାର ନୀତିନିୟମ ଉପରେ ବୁଝାଇଥିଲେ l ଅନ୍ୟତମ ପ୍ରାକ୍ତନ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସନତ କୁମାର ସୁବୁଦ୍ଧି ଅତୀତର କାର୍ଯ୍ୟ ସହ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ l ଆଗାମୀ ୨୦୨୫---୨୬ବର୍ଷର ସଭାପତି ରଂଜିତ କୁମାର ବାରିକ ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଉପରେ ମନ୍ତବ୍ୟ ପ୍ରଦାନ ସହ ସମସ୍ତଙ୍କ ସହଯୋଗରେ କ୍ଳବର ସେବା ଓ ସହଯୋଗ କାମନା କରିଥିଲେ l କ୍ଲବର ସମସ୍ତ ସଭ୍ୟ ଓ କର୍ମକର୍ତ୍ତାଙ୍କ ସହମତରେ ମହିଳା ମାନଙ୍କୁ ନେଇ ଏକ ଇନର ହୁଇଲ କ୍ଳବ ଗଠନ କରାଯିବା ପାଇଁ ନିଷ୍ପତ୍ତି ସହ ଖୁସି ମ୍ଯାଡମଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଏଥିରେ ଫାଷ୍ଟ ଲେଡି ସଭାପତି ସହ ସୁବୁଦ୍ଧି ମ୍ଯାଡମଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିଲା l ପରବର୍ତ୍ତୀ ସମୟରେ ବାଇ ଲ ପ୍ରକାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଭାପତି ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ଶତାଧିକ ରୋଟାରୀ ପରିବାର ଯୋଗ ଦେଇ ଏହାକୁ ପାଳନ କରିଥିଲେ l ଶେଷରେ ରୋଟାରୀଆନ ସୁଧୀର କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୦/୬/୨୦୨୫---୧,୪୦ Sakhigopal News,30/6/2025