Breaking News

ସାକ୍ଷୀଗୋପାଳ ମନ୍ଦିର ଓ ବିଭିନ୍ନ ଦେବାଳୟରେ ଦେବ ଦୀପାବଳି ପାଳିତ

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିରରେ ଦେବ ଦୀପାବଳ ପର୍ବ ପରମ୍ପରା କ୍ରମେ ଶନିବାର ସଂଧ୍ୟାରେ ପାଳିତ ହୋଇଯାଇଛି ।  ଆଜି ଦେବ ଦୀପାବଳି  ଅବସରରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିବା ସହ ପିତୃ ପୁରୁଷଙ୍କୁ ଦୀପଦାନ କରିଥିଲେ ।  ମନ୍ଦିରରେ ପ୍ରଥମେ ରଙ୍କ ମହାପାତ୍ର ମନ୍ଦିର ଚୁଡାକୁ ଉଠି ମହାଦୀପ ଜଳାଇ ଜଗତ କଲ୍ୟାଣ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ଛାମୁ ମଶାଲ ସେବକ ଗଣେଶ ଚୌଧୁରୀ ଓ ପାଳିଆ ମାଳି ସେବକ ମାନେ ମନ୍ଦିର ସିଂହଦ୍ୱାର, ଅରୁଣସମ୍ଭ, ଗରୁଡସମ୍ଭ, ମଦନମୋହନ ମନ୍ଦିର, ନୃସିଂହ, ସୁର୍ଯ୍ୟମନ୍ଦିର, ଗଣେଶ, ନବଗ୍ରହ, ତୁଳସି ଚଉରା, ରାମ ଲକ୍ଷ୍ମଣ ମନ୍ଦିର, ଅଲଗଡ ମହାବୀର ଆଦି ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନୁରୂପ ଭାବେ ଯାଗାମହାବୀର, ମାଳେଶ୍ୱରୀ, ଜାଗେଶ୍ୱରୀ, ଅନନ୍ତେଶ୍ୱର, ରତ୍ନେଶ୍ୱର, ତ୍ରିନାଥ ଦେବଙ୍କ ମନ୍ଦିର, ସେବାୟତସଂଘ କାର୍ଯ୍ୟାଳୟ ଓ ଯାଗାଘରେ  ଧାଡି ଧାଡି ଦୀପ ଜଳୁଥିବା ଦେଖାଯାଇଥିଲା । ସେହିପରି ସତ୍ୟବାଦୀରେ ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦେବାଳୟ ଗୁଡିକରେ ଦେବ ଦୀପାବଳି ପର୍ବ ପାଳିତ ହୋଇଯାଇଛି । 

ସାକ୍ଷୀଗୋପାଳରୁ--- ଧୀରେନ୍ଦ୍ର ସେନାପତି

Sakhigopal era Deva Dipabali palitha

Blog Archive