Breaking News

ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି




ଜଟଣୀ :---
ଗୋଟିଏ ରଥରେ ଏକାଠି ଭାଇ ଭଉଣୀ ସହ ପାହାଡ଼ ଉପରୁ ତଳକୁ ଆସୁଥିଲେ ମହାପ୍ରଭୁ ଜଗନ୍ନାଥ |କିନ୍ତୁ ଦୀର୍ଘ ୨୫ ବର୍ଷ ପରେ ଚଳିତ ଥର ୩ ରଥରେ ବସି ମାଉସୀ ଘରକୁ ଯାଇଛନ୍ତି | ପାହାଡ଼ ଉପରୁ ରଥ ଗଡ଼ିବା ଓ ରଥ ଆଗରେ ଦଉଡି ରଥ ପଛରେ ଦଉଡି ପରମ୍ପରା ପାଇଁ ଲବଣଗିରି ଜଗନ୍ନାଥ କ୍ଷେତ୍ର ପ୍ରସିଦ୍ଧି ଲାଭ କରିଛି | ଖାଲି ଓଡିଶା ନୁହେଁ ବରଂ ଏଭଳି ଦୃଶ୍ୟ ସାରା ଭାରତ ବର୍ଷରେ ବିରଳ |
ଜଟଣୀରୁ ସୁନ୍ଦରପଦା ରାସ୍ତାରେ ଗଲେ ଜାମୁକୋଳି ପଞ୍ଚାୟତ ବରକୁଦା ଓ ପାଞ୍ଚଗାଁ ର ସୀମାରେ ଲବଣଗିରି ପାହାଡ଼ ଅବସ୍ଥିତ |୨୦୦୦ ମସିହାରେ ଏହି ପାହାଡ଼ରେ ଜଗନ୍ନାଥ ମନ୍ଦିରର ଏକ ଭଗ୍ନାବଶେଷ ମିଳିଥିଲା |ପରେ ସେଠାରେ ଜଗନ୍ନାଥ ଆଶ୍ରମ ପ୍ରତିଷ୍ଠା କରି ଚତୁର୍ଧାମୂର୍ତ୍ତି ଙ୍କୁ ପୂଜାର୍ଚ୍ଚନା କରାଯିବା ସହ ୨୦୦୧ ମସିହାରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି | ପାହାଡ଼ ଉପରୁ ରଥରେ ବସି ଶ୍ରୀ ବିଗ୍ରହ ତଳକୁ ଗଡି ଗଡି ପାଞ୍ଚଗାଁ ନିକଟ ମାଉସୀ ମା ମନ୍ଦିରକୁ ଯାଇଥାନ୍ତି |ତେବେ ପାହାଡ଼ ଉପରୁ ରଥ ଗଡ଼ିବା ବେଳେ ରଥକୁ ଆଗ ପଟରୁ ଭକ୍ତମାନେ ଟାଣିବା ସହ ପଛପଟରେ ମଧ୍ୟ ଦଉଡି ସାହାଯ୍ୟରେ ଭକ୍ତମାନେ ଭିଡି ଧରିଥାନ୍ତି | ଲବଣଗିରି ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା କମିଟି ଦେଇଥିବା ସୂଚନା ଅନୁସାରେ ୨୦୦୧ ମସିହାରେ ଯେତେବେଳେ ରଥଟଣା ଆରମ୍ଭ କରିବାକୁ ଯୋଜନା ହେଲା , ପାହାଡ଼ ଉପରୁ କିଭଳି ଭାବେ ରଥ ଟଣାଯିବା ତାହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ |ରଥ ଦ୍ରୁତ ଗତିରେ ଗଡିଯାଇ ଦୁର୍ଘଟଣା ଘଟିବ ଆଶଙ୍କା ରହିଥିଲା |ହଠାତ ଜଣେ ସନ୍ୟାସୀ ଲବଣଗିରି ଠାରେ ପହଞ୍ଚି ଉଭୟ ପଟରେ ଦଉଡି ବାନ୍ଧି ରଥ ଟଣା କାର୍ଯ୍ୟକ୍ରମ କରିବାକୁ ଉପଦେଶ ଦେଇଥିଲେ |ଯାହାକୁ ସମସ୍ତେ ଗ୍ରହଣ କରିବା ସହ ସେହିଦିନ ଠାରୁ ରଥ ଆଗରେ ଦଉଡି ଏବଂ ରଥ ପଛରେ ଦଉଡି ବାନ୍ଧି ରଥ ଟାଣୁଛନ୍ତି |ଆଜିର ରଥଯାତ୍ରା କାର୍ଯ୍ୟକ୍ରମ ସୁରୁଖୁରୁରେ ହୋଇଥିବା ବେଳେ ପ୍ରାତଃ କାଳରେ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତୀ, ଅବକାଶ, ସକାଳ ଧୂପ, ଗୋପାଲବଲ୍ଲଭ ଧୂପ ଆଦି ନୀତିକାନ୍ତି କରାଯାଇଥିଲା | ପୂର୍ବାହ୍ନ ୧୧ ଟା ସମୟରେ ପହଣ୍ଡି ବିଜେ ହୋଇଥିଲା | ଚଳିତ ଥର ନୂତନ ଭାବେ ଶିଳ୍ପପତି ତଥା ସମାଜସେବୀ ତିରୁପତି ପାଣିଗ୍ରାହୀ ଏହି ଜଗନ୍ନାଥ କ୍ଷେତ୍ରରେ ରାଜା ହୋଇ  ଛେରା ପହଁରା କରିଥିଲେ |ମଧ୍ୟାହ୍ନ ସମୟରେ ରଥଟଣା ଆରମ୍ଭ କରାଯାଇଥିଲା |ସନ୍ଧ୍ୟା ସୁଦ୍ଧା ପାଞ୍ଚଗାଁ ସ୍ଥିତ ମାଉସୀ ମା ମନ୍ଦିର ନିକଟରେ ରଥ ପହଞ୍ଚି ସାରିଥିଲା |ଏୟାରଫିଲଡ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ରଥଟଣା ଶେଷ ହୋଇଥିଲା |
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୬/୨୦୨୫---୧,୫୦ Sakhigopal News,30/6/2025

Blog Archive

Popular Posts