ଜଟଣୀ ଗାନ୍ଧୀପାର୍କ ଠାରୁ ଡେଲାଙ୍ଗ ଐତିହାସିକ ବେରବୋଇ ଗାନ୍ଧୀ ପୀଠ କୁ ପଦଯାତ୍ରା ଆରମ୍ଭ
ଡେଲାଙ୍ଗ----ଡେଲାଙ୍ଗ--- ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଜଟଣୀ ବରିଷ୍ଠ ନାଗରିକ ସେବାସଂଘ ପକ୍ଷରୁ ରବିବାର ଜଟଣୀ ଗାନ୍ଧୀ ପାର୍କ ଠାରୁ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଜିଲ୍ଲା କ୍ରୀଡା ଅଧିକାରୀ ଲଲିତି ମହାନ୍ତି ପତକା ହଲାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ପଦଯାତ୍ରା ଜଟଣୀ ଗାନ୍ଧୀ ପାର୍କ ରୁ ବାହାରି ବାଛରା, ଜଗନ୍ନାଥପୁର, ପାତ୍ରପଡା, ଅରଗୁଳ, ଦେଉଳବସ୍ତ, ଯମୁନା ଛକ, ବିଶିଆପଡା, ତିରିମଲଛକ, ବେଗୁନିଆପଡା, କୁମୁଡାଳଛକ, ଡେଲାଙ୍ଗ ବ୍ଳକ ଛକ, ଜଗଦଳପୁର, ହାଟ ଡେଲାଙ୍ଗ ଦେଇ ବେରବୋଇ ଗାନ୍ଧୀ ପୀଠରେ ପହଞ୍ଚିବ । ଏହି ପଦଯାତ୍ରା ପ୍ରାୟ ୨୫ କି,ମି ରାସ୍ତା ପରିକ୍ରମ କରିବ । ଓଡିଶା ସରକାର ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଦୁଇବର୍ଷ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକତଥା ରାଜ୍ୟ ମନ୍ତ୍ରୀମଣ୍ଡଳ ସଭ୍ୟସଭ୍ୟା ମାନଙ୍କୁ ଜଟଣୀ ବରିଷ୍ଠ ନାଗରିକ ସେବାସଂଘ କ୍ରାନ୍ତିକାରୀ ଅଭିନନ୍ଦନ ଜଣାଇଛନ୍ତି । ଏହି ପରୀପେକ୍ଷିରେ ରାଜ୍ୟ ସରକାରଙ୍କ ନିସ୍ପତ୍ତିକୁ ସଫଳ କରିବା ପାଇଁ ଗାନ୍ଧୀ ବିଚାର ଧାରାର ପ୍ରସାର ପ୍ରଚାର ସହିତ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ହିଂସା ଓ ନିଶା ମୁକ୍ତ ସାଭଜ ଗଠନ କରିବା ଲକ୍ଷ୍ୟ ନେଇ ଜଟଣୀ ବରିଷ୍ଠ ନାଗରିକ ସେବାସଂଘ ପ୍ରଥମ କରି ପଦଯାତ୍ରା ଆରମ୍ଭ କରିଛି । ଆଗାମୀ ଦିନରେ ଅନୁଷ୍ଠାନ ଦୁଇ ବର୍ଷ ବ୍ୟାପି ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ପୁଣ୍ୟ ଜୟନ୍ତୀ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି ସଂଗଠନର ସଭାପତି ଅବନୀ ରାଉତରାୟ କହିଛନ୍ତି । ଏହି ପଦଯାତ୍ର ଦଳରେ ପୂର୍ବତନ ପୌରପାଳ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ବିଜୟ କୁମାର ଛୋଟରାୟ, ତ୍ରିନାଥ ସମାନ୍ତରାୟ, ଏମ.ଡି ଜୁଲ ଫୁକାର ଅଲ୍ଲୀ, ବିଶ୍ୱନାଥ ରାଏ, ଜଫର ନୁର, ବି ଭି ରମଣ, ବିଶ୍ୱାନଥ ଯୋଷୀ, ମହେନ୍ଦ୍ର ଯୋଷୀ, ଶରତ ଶାସ୍ତ୍ରୀ , ଶ୍ରୀଧର ସାମନ୍ତରାୟ, ଲକ୍ଷ୍ମୀନାରାୟଣ ସ୍ୱାଇଁ ଙ୍କ ସହ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇଥିବାର ଦେଖାଯାଇଛି । ଗଛ ଲଗାଅ ଦେଶ ବଞ୍ଚାଅ, ସ୍ବଚ୍ଛ ଭାରତ ସୁସ୍ଥ ଭାରତ ଭଲି ଲେଖା ହାତରେ ଧରି ଏହି ପଦଯାତ୍ରୀ ଦଳ ଜନସଚେତନତା ବାର୍ତ୍ତା ଦୋଉଥିବା ଦେଖାଯାଇଥିଲା । ପଦଯାତ୍ରା ଦଳ ଅପରାହ୍ନରେ ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠ ଠାରେ ପହଞ୍ଚିବ । ଡେଲାଙ୍ଗ କୁମୁଡାଳ ଛକରୁ ଡେଲାଙ୍ଗ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଦଯାତ୍ରା ଦଳକୁ ଅର୍ଭଥ୍ୟନା ଦେବା ସହ ପଦଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଡେଲାଙ୍ଗ ବ୍ଳକ ଛକଠାରୁ ରୟାଲ ଡେଲାଙ୍ଗ ୨୨୨ର ସମୟ ରଜଂନ ବିଶ୍ୱାଳଙ୍କ ନେତୃତ୍ୱରେ ଯୁବକ ମାନେ ପଦଯାତ୍ରାରେ ସାମିଲ ହେବେ ବୋଲି ଜଣାପଡିଛି । ଡେଲାଙ୍ଗ ହାଟ ବଜାର ଓ ବେରବୋଇ ଛକରେ ଏହି ପଦଯାତ୍ରା ଦଳଙ୍କୁ ଗାନ୍ଧୀ ସ୍ମାରକୀ ସେବା ସଂଘ ଓ କସ୍ତୁରବା ସେବା କେନ୍ଦ୍ର ସ୍ମାର୍ଗତ କରିବା ପାଇଁ ପ୍ରସ୍ତୁତି ରହିଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି