Breaking News

ଡେଙ୍ଗୁ ରୋଗରେ ମହିଳାଙ୍କର ମୃତ୍ଯୁ: ଗ୍ରାମରେ ଆତଙ୍କ

 ପିପିଲି---- ପିପିଲି ବ୍ଳକ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମର ଦୌପଦି ବିଶ୍ୱାଳ (୪୫)ଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଯାଇଛି । ଭୁବନେଶ୍ୱର ୬ନଂ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ  । ଏହି ଖବର ଗ୍ରାମରେ ପହଞ୍ଚିବା ପରେ ପରେ ଗ୍ରାମରେ ଆତଙ୍କ ସୃଷ୍ଟି ହୋଇଛି । ଉକ୍ତ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ୱାସ୍ଥ୍ୟ କର୍ମୀ ବା ଡାକ୍ତର ଦଳ ପହଞ୍ଚି ନାହିଁ  ବା  ଜନସଚେତନତା  କରାଯାଇନାହିଁ  । ତୁରନ୍ତ ଉକ୍ତ ଗ୍ରାମରେ ରକ୍ତ ପରୀକ୍ଷା କରିବା ସହ ଗ୍ରାମବାସୀଙ୍କୁ ସଚେତନତା କରାଇବା ନିହାତି ଦରକାର ହୋଇପଡିଛି  ।

 ପିପିଲିରୁ ବିଜୟ କୁମାର ମହାପାତ୍ର 

 
Deangu tea mhailakhnar murtu

Blog Archive

Popular Posts