ବିଜେଡି କର୍ମୀଙ୍କୁ ହତ୍ଯା
ଡେଲାଙ୍ଗ-------ଡେଲାଙ୍ଗ ବ୍ଲକର ବିଜେଡି କର୍ମୀ ତଥା ହରିରାଜପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ଯ ରବିନ୍ଦ୍ର ନାୟକଙ୍କୁ ଜଟଣି ବ୍ଳକ ଛକ ନିକଟରେ ହତ୍ଯା କରାଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ସେ ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ କେତେକ ଦୃବୁର୍ତ୍ତମାନେ ଲୁହାରଡରେ ମାଡମାରି ହତ୍ଯାକରିଛନ୍ତି ବୋଲି ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି । ହରିରାଜପୁର ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ଯ ଥିଲେ ବିଶେଷ କରି ବିଜେଡି ଦଳର ସେ ଜଣେ ସଂଗଠକ ଥିଲେ । ତାଙ୍କର ଏହିପରି ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦଳ ଜଣେ ଯୁବ ସଗଂଠକ ବ୍ଯକ୍ତିକୁ ହରାଇଥିବାରୁ ହରିରାଜପୁର ଏବେ ସ୍ତବ୍ଧ ହୋଇଯାଇଛି । ଏହି ଘଟଣାରେ ସଂପୁକ୍ତ ହତ୍ଯାକାରୀକୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Bjd karmimku hatya