ଉତ୍କଳର ପ୍ରତିଟି ପ୍ରାଣର ସ୍ପନ୍ଦନ ହିଁ ପଣ୍ଡିତ ଗୋପବନ୍ଧୁ ; କବିତା ପାଠୋତ୍ସବ
ଡେଲାଙ୍ଗ - ଉତ୍କଳର ପ୍ରତିଟି ପ୍ରାଣର ସ୍ପନ୍ଦନ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ।ମାନବସେବାର ସେ ଥିଲେ ଜଣେ ସମ୍ପୂର୍ଣ୍ଣ ନିଆରା ମଣିଷ।ଜୀଵନସାରା ସେବା ଓ ତ୍ୟାଗର ନିର୍ମାଲ୍ୟ ବାଣ୍ଟି ବାଣ୍ଟି ଆତ୍ମ ତୃପ୍ତି ପାଇଥିବା ତାଙ୍କ ଭଳି ଦରଦୀ ବିସ୍ମୟ ମଣିଷ ବିଶ୍ଵରେ ବିରଳ ବୋଲି ଡେ଼ଲାଙ୍ଗ ଷ୍ଟେସନ ବଜାର ଶ୍ୟାମସୁନ୍ଦର ପାଠାଗାର ପରିସରରେ ଆୟୋଜିତ "ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ଆଜିର ସମାଜରେ ଏହାର ପ୍ରାସଙ୍ଗିକତା ସମ୍ପର୍କୀତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବରେ ଶିକ୍ଷାବିତ୍, ସାହିତ୍ୟିକ , ସମାଜସେବୀ କବି କବୟିତ୍ରୀମାନେ ଦୃଢ ମତପୋଷଣ କରିଛନ୍ତି। ଶ୍ୟାମସୁନ୍ଦର ପାଠାଗାରର ପ୍ରତିଷ୍ଠାତା ଶିକ୍ଷାବିତ୍ ,ସୁସାହିତ୍ୟିକ, ସୁସମାଜସେବୀ କାଶୀନାଥ ମହାପାତ୍ରଙ୍କ ଆବାହକତ୍ବ ଓ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଆଲୋଚନା ଚକ୍ରରେ ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସୁସମାଜସେବୀ ଅନାମ ମଲ୍ଲିକ ସଭାପତିତ୍ବ କରି ଗୋପବନ୍ଧୁଙ୍କ ମାନବପ୍ରେମ ,ନିର୍ମଳ ସେବା ଓ ଭାବନା , ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ ବୋଲି ପ୍ରକାଶ କରି ଏ ଜାତି କେବେ ବି ତାଙ୍କୁ ଭୁଲିବ ନାହିଁ ବୋଲି କହିଥିଲେ।ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ଶିକ୍ଷାବିତ୍, ସୁନାମଧନ୍ୟ ସୁସାହିତ୍ୟିକ ସନ୍ତୋଷ କୁମାର ମହାନ୍ତି ଗୋପବନ୍ଧୁଙ୍କ ରୂପଦେଇପୁର ବିଦ୍ୟାଳୟ ବାଲ୍ୟଶିକ୍ଷା ସମୟରୁ କିଭଳି ତାଙ୍କ ସେବା ମନୋବୃତ୍ତିର ଉଦ୍ରେକ ହେଉଥିଲା ସେ କଥାର ଆବେଗମୟ ଅବଚରଣ କରିଥିଲେ । ତାଙ୍କର ମାର୍ମିକ କବିତାଗୁଚ୍ଛରେ ଥିବା ଜୀବନ ଦର୍ଶନ ଓ ଦେଶପ୍ରେମ , ରବିନ୍ଦ୍ରନାଥ ଠାକୁର ଓ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା,ଦୁଃଖୀରଙ୍କିଙ୍କ ପାଇଁ ଦୁଃଖ ଲାଘବ ପାଇଁ ତାଙ୍କର ଆପ୍ରାଣ ଉଦ୍ୟମ ସାହାଯ୍ୟ, ସେବା ଓ ସ୍ଵାଧୀନତା ସଂଗ୍ରାମ ପାଇଁ ଅବଦାନ ଆଦି ଅନେକ ବହୁମୂଖୀ ଗୁଣାବଳୀ ଉପରେ ଆଲୋକପାତ୍ କରି ଗୋପବନ୍ଧୁ ବାସ୍ତବରେ ଅମର ବୋଲି କହି କାନ୍ଦି ପକାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଲକ୍ଷ୍ମୀ ନାରାୟଣ ପାଠୀ,ଯୁବ ଉଦ୍ୟୋଗୀ ସୁରେଶ ମନ୍ତ୍ରୀ, ସୁନାମଧନ୍ୟ ବ୍ୟଙ୍ଗ କବି ଶିକ୍ଷକ ଚନ୍ଦ୍ର ଶେଖର, ଆଇନଜୀବୀ ହୃଷିକେଶ ପାଢୀ,ବେରବୋଇ ଗାନ୍ଧୀ ସ୍ମୃତି କମିଟି ଉପସଭାପତି ସମାଜସେବୀ ସନ୍ତୋଷ ବିଶ୍ବାଳ, ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ,ଯୁବ ସହଯୋଗୀ ଦିତିକୃଷ୍ଣ ଜେନା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଭିନ୍ନ କବିତା , ବକ୍ତୃତା , ସ୍ବାଧୀନତା ସଂଗ୍ରାମରେ ଗୋପବନ୍ଧୁଙ୍କ ତ୍ୟାଗ ଆଦି ବିଷୟ ଆଲୋଚନା ମାଧ୍ୟମରେ ଗୋପବନ୍ଧୁଙ୍କ ଅବିଶ୍ରାନ୍ତ ଅଭୂତପୂର୍ବ ପ୍ରକୃତ ମାନବ , ସମାଜ ଓ ଦେଶ ସେବା ଯୁଗେ ଯୁଗେ ପୀଢ଼ି ପରେ ପୀଢି ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ ବୋଲି ପରିପ୍ରକାଶ କରିଥିଲେ। କବୟିତ୍ରୀ ସୁସଂଯୋଜିକା ଉପସ୍ଥାପିକା ଜ୍ୟୋତ୍ସ୍ନାଯୟୀ ସ୍ଵାଇଁ କବିତାର ତାଳେ ତାଳେ ଧନ୍ୟବାଦ ଦେଇଥିଲେ। ପାଠାଗାରର ମୁଖ୍ୟ କର୍ଣ୍ଣଧାର ଶିକ୍ଷାବିତ୍ କାଶୀନାଥ ମହାପାତ୍ର ସହଯୋଗ ପାଇଁ ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୦/୨୦୨୫----୮,୩୫ Sakhigopal News,14/10/2025