Breaking News

ଗୋପବନ୍ଧୁଙ୍କ ସେବାକୁ ଝୁରିଲେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ


ଡେଲାଙ୍ଗ -ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦରଦୀ ହୃଦୟ, ନିର୍ମଳ ସମାଜସେବା,ମାନବସେବା, ଅପୂର୍ବ ତ୍ୟାଗକୁ ମନେ ପକେଇ ତାଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଭାରେ ଶିକ୍ଷକ ଟିକେଇ ଦଳାଇ,ମାନସ ରଞ୍ଜନ ସ୍ବାଇଁ,ଅଜୟ କୁମାର ପ୍ରଧାନ, ପାପ୍ଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ରୋଜାଲିନ ମହାରଣା, ପ୍ରିୟତ୍ତମା ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ତାଙ୍କର ଅଭୂତପୂର୍ବ ଦେଶ ପ୍ରେମ, କବିତ୍ବ ପ୍ରତିଭା, ସାମ୍ବାଦିକ ,ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପାଇଁ ତାଙ୍କ ର ତ୍ଯାଗ,ପରୋପକାର ଗୁଣ ଗାନ କରି ଆମ୍ଭ ମାଟିରେ ଜନ୍ମ ନେଇଥିବା ଏହି ମହାପୁରୁଷଙ୍କ ପାଇଁ ଆମ୍ଭେ ମଧ୍ୟ ଧନ୍ୟ ହୋଇଛେ ଓ ପ୍ରତ୍ୟେକ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଛାତ୍ର ଛାତ୍ରୀମାନଙ୍କୁ କହିଥିଲେ । ଏବେଠାରୁ ସେହି ପୁଣ୍ୟାତ୍ମା ମହାପୁରୁଷ ପରି ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୧୦/୨୦୨୫--୮,୪୫ Sakhigopal News,14/10/2025

Blog Archive

Popular Posts