Breaking News

ଅଳଗୁମ ପଞ୍ଚାୟତରେ ପିଠା କାର୍ଯ୍ଯକ୍ରମ


 ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମକୁ ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ଓ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ ଉଦ୍ଘାଟନ କରିଥିଲେ  । ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା  ମାନଙ୍କ ସହ ବିଭିନ୍ନ ମହିଳା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ  । ଭର୍ତ୍ତା , ରାଶନ କାର୍ଡ ଓ ଆର୍ଥିକ ସହାୟତା ରାଶି ପ୍ରଦାନ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା  । ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନୀ କରାଯାଇଥିଲା  । ରାଜ୍ୟ ସରକାରଙ୍କ ଏହି ପିଠା ଯୋଜନା ମାଧ୍ୟମରେ ପାଲା, ଟିଭି, ସଭା ଓ ଷ୍ଟଲ ମାଧ୍ୟମରେ ପଞ୍ଚାୟତ ବାସୀଙ୍କୁ ସଚେତନତା କରାଯାଇଥିଲା । ଏପରିକି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି କ୍ୟାମ୍ପରେ ଯୋଗଦେଇଥିଲେ  ।  ଯଯାତି ରାୟ, ନିରଞ୍ଜନ ବିଶ୍ୱାଳ, ପିୟନାଥ ପ୍ରଧାନ, ଦୀନକୃଷ୍ଣପ୍ରଧାନ, ସ୍ୟାମ ମଲିକ ପ୍ରମୁଖ ସହଯୋଗ କରିଥିଲେ  । ସେହପିରି ସାରଙ୍ଗଯୋଡି ପଞ୍ଚାୟତରେ ମଧ୍ୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି ବିଡିଓ ଶ୍ରୀ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts