Breaking News

ପାରିବାରିକ କଳହରୁ ମହିଳା ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଉଦ୍ଧାର କଲେ ଅଗ୍ନିଶ୍ରମ ବାହିନୀ



ଜଟଣୀ :--ଜଟଣୀ ଥାନା ଅନ୍ତର୍ଗତ ଗ୍ୟାସ ଫ୍ୟାକ୍ଟ୍ରି ରାସ୍ତାରେ ଥିବା ତାରିଣୀ ମନ୍ଦିର ନିକଟ ମଧୁସୂଦନ ନଗରରେ ନିଜର ବାସଭବନରେ ରୁବି ବିବି ନାମକ ୩୭ ବର୍ଷୀୟ ମହିଳା ପାରିବାରିକ କଳହ କାରଣରୁ ଘର କବାଟ ବନ୍ଦ କରି ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା  ପୋଲିସ ସୂତ୍ରରୁ ପ୍ରକାଶ l ସୂଚନା ମୁତାବକ ମହିଳା ଜଣକ ପାରିବାରିକ କଳହ କାରଣରୁ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ସମୟରେ ମହିଳା ଜଣକର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶ୍ରମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ l ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଂଚି କବାଟ ଭାଙ୍ଗି ଜଳନ୍ତା ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ସେଠାରେ ଡାକ୍ତର ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ସେମାନେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ରେଫର କରିଥିଲେ l ଜଟଣୀ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଉଥିବା ପ୍ରକାଶ ପାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୭/୨୦୨୫---୮,୪୫ Sakhigopal News,29/7/2025

Blog Archive

Popular Posts