Breaking News

ଅଶାନ୍ତ ହୋଇଉଠିଛି ଜଟଣୀ ସହର , ପୋଲିସର ନିଷ୍କ୍ରିୟତା ପାଇଁ ସକ୍ରିୟ ହୋଇ ଉଠିଲେଣି ଅସାମାଜିକ ଯୁବକ




ଜଟଣୀ:----ସହରରେ ଦିନକୁ ଦିନ ସକ୍ରିୟ ହେଲେଣି ଅସାମାଜିକ ଯୁବକ l ଅସାମାଜିକ ଯୁବକଙ୍କ ଦୌରାତ୍ୟମ ରେ ଅଶାନ୍ତ ଜଟଣୀ ସହର l ସ୍ଥାନୀୟ ପୋଲିସ ବିଭାଗର ପାରିବା ପଣିଆର ସୁଯୋଗ ନେଇ ଉତ୍ପାତ ହେଲେଣି ଅସାମାଜିକ ଯୁବକ l ପୋଲିସଙ୍କୁ ମାଲେମାଲ କରି ଖୋଲମ ଖୁଲା ବୁଲୁଛନ୍ତି ଅସାମାଜିକ ଯୁବକ ଗଣ l ଦେଖିବାକୁ ଗଲେ ଜଟଣୀରେ ଦିନକୁ ଦିନ ବଢ଼ିଲାଣି ଅପରାଧ ମାମଲା l ନିକଟରେ ବାଳିକା ଦୁଷ୍କର୍ମ ଠାରୁ ଆରମ୍ଭ କରି କ୍ରମାନ୍ୱୟରେ ଘରୁ ଚୋରି, ବୋମା ମାଡ଼, ହତ୍ୟା, ଛୀନତାଇ ଏବଂ ମନ୍ଦିର ହୁଣ୍ଡୀ ଭାଙ୍ଗି ଦୁର୍ବୁତ୍ତ ଙ୍କ ଦ୍ୱାରା ଲୁଟର ଘଟଣା ଘଟିଥିଲା ବେଳେ ପୋଲିସ ହାତ ଖାଲି l ଏଭଳି ଘଟଣା ଘଟିବା ପରେ ପୋଲିସ ପ୍ରଶାସନ ଉପରେ ଆସ୍ଥା ହରାଇବାକୁ ବସିଲେଣି ସାଧାରଣ ଜନତା l ସହରରେ ମଦ ମାଫିଆ,ଗଞ୍ଜେଇ ବେପାରୀ, ଡ୍ରଗ୍ସ ମାଫିଆ, ସରକାରୀ ଏବଂ ଜଗନ୍ନାଥ ଜମି ମାଫିଆ, ଖଣି ଲୁଟେରା,  ତଥା ଥାନା ଦଲାଲଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି l ଏଠି ନିରୀହ ଜନସାଧାରଣ ପ୍ରକୃତ ନ୍ୟାୟ ପାଇବାରୁ ବଂଚିତ l ଯଦି କୌଣସି ସଂଗୀନ ଅପରାଧ ମାମଲାରେ ଅପରାଧୀ ଥାନାକୁ ଆସି ପହଞ୍ଚେ ତେବେ ସେଠି ଦଲାଲ ମାନେ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଦୋଷୀଙ୍କ ଠାରୁ ମୋଟା ଅଙ୍କର ଉତ୍କଚ ନେଇ ଅଭିଯୋଗ କାରୀଙ୍କୁ ଚାପ ପକାଇ ମାମଲାକୁ ରଫାଦଫା କରିବାର ନଜିର ଅଛି l ସୂଚନା ମୁତଵାକ ନିକଟରେ ଘଟି ଥିବା ଦୁଷ୍କର୍ମ ମାମଲାରେ ଏହି ମାମଲାକୁ ଚପାଇଦେବା ପାଇଁ ଦୁଷ୍କର୍ମ କାରି ବାପା ପୀଡ଼ିତାଙ୍କ ମାଆ ଙ୍କୁ ନଗତ ୨୦ ହଜାର ନଗଦ ଟଙ୍କା ଏବଂ ଅନଲାଇନ ମାଧ୍ୟମରେ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ପ୍ରକାଶ l ଜଟଣୀ ଥାନାରେ ଏଭଳି ଅନେକ ମାମଲା ଆଗରୁ  ଚପାଇ ଦିଆଯାଇଥବା ନଜିର ଅଛି l କୌଣସି ଅପରାଧ ମୂଳକ ଖବର ପାଇଁ ଗଣ ମାଧ୍ୟମ ପୋଲିସ କତୃପକ୍ଷଙ୍କ ଠାରୁ ଅଧିକ ସୂଚନା ପ୍ରାପ୍ତ ପାଇଁ ପଚାରିଲେ କୁହନ୍ତି ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ଆମକୁ ସହଯୋଗ କରନ୍ତୁ ଅଧିକରୁ ଅଧିକ ତଦନ୍ତ ପାଇଁ ସାହାଯ୍ୟ କରନ୍ତୁ ଆମେ ପରବର୍ତ୍ତୀ ମୁହୂର୍ତ୍ତରେ ସୂଚନା ପ୍ରଦାନ କରିବୁ l ଏହାକୁ ଅପେକ୍ଷା କରି ଗଣମାଧ୍ୟମ ଶେଷରେ ବୋକାବନି ଯାଆନ୍ତି l ଶେଷରେ ପୋଲିସ ମାମଲାକୁ ଭିତିରିଆ ରଫାଦଫା କରି ଚୁପ l ଏଠି କହିବା କାହାକୁ ଶୁଣିବ କିଏ l ତେବେ ଆଗକୁ ଯଦି ଏହିଭଳି କାର୍ଯ୍ୟଧାରା ଜାରି ରୁହେ ତେବେ ଜନସାଧାରଣ କିଭଳି ଆଗକୁ ନ୍ୟାୟ ପାଇବେ ଏବଂ ପୋଲିସ ଉପରେ ବିଶ୍ୱାସ ଜାଗ୍ରତ ହେବ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି l ସେହିପରି ଆଗକୁ ଆସୁଛି ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ଅସାମାଜିକ ଯୁବକଙ୍କ ଠାରୁ ଜନସାଧାରଣ କିପରି ରକ୍ଷା ପାଇବେ ତାହା ନେଇ ଏବେ ଚିନ୍ତାରେ ଅଞ୍ଚଳବାସୀ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୭/୨୦୨୫---୯,୫୦ Sakhigopal News,28/7/2025

Blog Archive

Popular Posts