ମହିଳାଙ୍କ ବେକରୁ ସୁନା ଚେନ ଛଡାଇ ଜେଲ ଗଲେ ଯୁବକ
ଜଟଣୀ :- ଦିନକୁ ଦିନ ଜଟଣୀ ରେ ଲୋକମାନେ ନିଜକୁ ସୁରକ୍ଷିତ ମଣି ନାହାନ୍ତି । ୯ଟା ସମୟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହେଉଛି । ଆଗକୁ ଆସୁଛି ଗଣେଶ ପୂଜା । ପୋଲିସ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ସଫଳ ହେବ ନା ବିଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁଚନା ଯୋଗ୍ୟ ଯେ ସ୍ଥାନୀୟ ଟ୍ରାଫିକ କଲୋନୀ କ୍ଵାଟର ନଂ ଡି.୧୭/ସି ନିକଟରେ ଥିବା ଜଣେ ମହିଳା ଫୁଲ ତୋଳୁଥିବା ସମୟରେ ବେକରୁ ସୁନା ଚେନ ଛୀନତାଇ ହୋଇଥିଲା l ସୂଚନା ମୁତାବକ ଟ୍ରାଫିକ କଲୋନୀ କ୍ଵାଟର ନିକଟରେ ଥିବା ଫୁଲ ଗଛରୁ ସକାଳ ୯ ଘଟିକା ସମୟରେ ସାରଦାମଣି ସାହୁ ପୂଜା ନିମନ୍ତେ ଫୁଲ ତୋଳୁଥିବା ସମୟରେ ନିଶାସକ୍ତ ଅଭିଯୁକ୍ତ ସିମାଞ୍ଚଳ ବାରିକ ଓରଫ କୁଇନ ହଠାତ ଆସି ବେକରୁ ସୁନା ଚେନ ଛିଡାଇ ମହିଳାଙ୍କୁ ଧକା ପକାଇ ଦୌଡ଼ି ପଳାଇଥିଲେ l ଏହି ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ମହିଳାଙ୍କ ପୁଅ ରବୀନ୍ଦ୍ର କୁମାର ସାହୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଆଧାର କରି ପୋଲିସ ଏହି ଘଟଣାର ତଦନ୍ତ କରିଥିଲେ ।ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରି ସ୍ଥାନୀୟ ଲୋକକଲୋନୀ ସ୍ଥିତ ସାଇ ବାବା ମନ୍ଦିର ନିକଟରୁ କୁଇନକୁ କାବୁ କରି ଥାନାକୁ ଆଣି ପଚାରିବାରୁ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲା l ଫଳରେ ଏହାକୁ ଆଧାର କରି ପୋଲିସ କେସ ନଂ ୩୪୧/୨୫ ରେ ମାମଲା ୠଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୭/୨୦୨୫----୮,୫୦ Sakhigopal News,29/7/2025