Breaking News

ବନ୍ଦହେଲା ଜି ଉଦୟଗିରୀରେ ଗୁଡ ନ୍ଯୁଜର ସେଲଟର୍ ହୋମ

ଜି ଉଦୟଗିରୀ-----ଗୁଡନ୍ୟୁଜ ଇଣ୍ଡିଆ ସେଲ୍ଟର ହୋମରେ ଚାଲିଥିବା ଧର୍ମାତିକରଣ ଓ ଯୈନଶୋଷଣ କୁ ନେଇ ସାରା ଓଡିଶାରେ ପ୍ରତିକ୍ରୀୟା ଦେଖାଯାଇଛି । ଏବେ ଜିଲ୍ଲା ପ୍ରଶାସନ ଓ ବିଭାଗିୟ ମନ୍ତୀ ଗୁଡନ୍ୟୁଜର ବିଭିନ୍ନ  ଜିଲ୍ଲାରେ ଥିବା ସେଲ୍ଟର ହୋମ ଗୁଡିକୁ ବନ୍ଦ କରିବାକୁ ନିଦ୍ଦେର୍ଶ  ଦେଇଛନ୍ତି  ।  ଏହି ଅବସରରେ କନ୍ଧମାଳ ଜିଉଦୟଗିରୀ ଠାରେ ଥିବା ଗୁଡନ୍ୟୁଜ ହୋମରେ ଥିବା ସେଲ୍ଟର ହୋମକୁ ତରବରିଆ ଭାବରେ ପ୍ରଶାସନ ବନ୍ଦ କରିଦେଇଛି  । ଜିଉଦୟଗିରୀ ସେଲ୍ଟର ହୋମରେ ପ୍ରାୟ ୧୪୨ଜଣ ଛାତ୍ରଛାତ୍ରୀ ରହି ପାଠପଢୁଥିଲେ ।  ଏହି ଘଟଣା ପରେ ହଷ୍ଟେଲକୁ ସମ୍ପୁଣ୍ଣ ଭାବରେ ପ୍ରଶାସନ ବନ୍ଦ କରି ଦେଇଛନ୍ତି ।   ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଥଇଥାନ ପାଇଁ ପ୍ରଶାସନ ବ୍ୟବସ୍ଥା କରିଥିବା ପ୍ରକାଶ କରିଛି ।ବର୍ତ୍ତମାନ ସୁଧା ସୁଭଦ୍ରା ମହତାବ ସେବାସଦନ ଜିଉଦୟଗିରୀ ଠାରେ ୧୪୨ଜଣକୁ ଥଇଥାନ କରାଯାଇଥିବା ବେଳେ ଭିଜନ ଇଣ୍ଡିଆ କଳିଙ୍ଗା ଠାରେ ୧୧୩ଜଣଙ୍କୁ ପ୍ରଶାସନ ଥଇଥାନ କରିଥିବା ସିଡ୍ଳସି ପ୍ରକାଶ କରିଛନ୍ତୀ । ଏବେ ମଧ୍ୟ ୭୧ଜଣ ଛାତ୍ରଛାତ୍ରୀଙ୍କୁ ଥଇଥାନ କରାନଯାଇ ଅଭିଭାବକ ମାନଙ୍କ ସହିତ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି ।  ସେହି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ଭିତରକୁ ଠେଲିହୋଇ ଯାଇଥିବା ଜଣାପଡୁଛି ।ସେମାନଙ୍କ ପାଇଁ ହଷ୍ଟେଲରେ ଜାଗା ନଥିବାରୁ କତୃପକ୍ଷ ଘରକୁ ପଠାଇ ଦେଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି  । ଏବିଷୟକୁ ସିଡ୍ଳୁସି ଖଣ୍ଡନ କରି ଫୋନ ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଏହା ମିଥ୍ୟା ଅଭିଯୋଗ ।  ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ ଛାତ୍ରଛାତ୍ରୀ ମାନଙ୍କୁ ଏହି ହଷ୍ଟେଲମାନଙ୍କ ରଖିବାପାଇଁ ମନା କରି ଘରକୁ ପିଲାମାନଙ୍କୁ ନେଇଥିବା ପ୍ରକାଶ କରିଛନ୍ତି । -ଏହି ବିଷୟରେ ସଠିକ ତଥ୍ୟ ସଂଗ୍ରହ ପାଇଁ ସୁଭଦ୍ରା ମହତାବ ସେବା ସଦନ ଜିଉଦୟଗିରୀର ପ୍ରଧାନଶିକ୍ଷତ୍ରୀଙ୍କୁ ପଚାରିବାରୁ  ପ୍ରଧାନ ଶିକ୍ଷତ୍ରୀ ମହୋଦୟା ସାମ୍ବାଦିକଙ୍କୁ ଗାଳିଗୁଲଜକରିବା ସହିତ ଗେଟ ପାଖରୁ ଘଉଡାଇ ଦେଇଥିଲେ । ସାମ୍ବାଦିକ ମାନଙ୍କୁ ତଥ୍ୟ ଦେବାକୁ ଜିଲ୍ଳାପାଳ ମନାକରିଛନ୍ତି ବୋଲି କହିଥିଲେ । ତମେ ଯାଅ ଜିଲ୍ଲାପାଳଙ୍କ ଠାରୁ ଲିଖିତ ଲେଟର ଆଣିଲେ ଏଠାରେ କେତେଜଣ ପିଲାଙ୍କୁ ରଖାଯାଇଛି କହିବି ବୋଲି ସାମ୍ବାଦିକ ମାନଙ୍କୁ ଧମକାଇଥିଲେ । ପ୍ରଧାନଶିକ୍ଷତ୍ରୀଙ୍କ ଏଭଳି ବ୍ୟବହାର ଦେଖି ସାମ୍ବାଦିକମାନେ ଏବିଷୟରେ ସିଡ୍ଳସିଙ୍କୁ କହିବା ସହିତ  ତାଙ୍କ ଠାରୁ ତଥ୍ୟ ନେଇଥିବା ଜଣାପଡିଛି । ହେଲେ ପ୍ରଧାନଶିକ୍ଷତ୍ରୀ ଯଦି ସାମ୍ବାଦିକ ମାନଙ୍କ ସହିତ ଏଭଳି ବ୍ଯବହାର  ଦେଖାଉଛନ୍ତି ତାହାହେଲେ ଛାତ୍ରୀମାନଙ୍କ ସହିତ  କିଭଳି ବ୍ୟବହାର କରୁଥିବେ ଏଥିରୁ ଅନୁମେୟ  । ତେଣୁ ଏହି ସବୁର ତଦନ୍ତ କରାଯାଇ ଉକ୍ତ ପ୍ରଧାନଶିକ୍ଷତ୍ରୀଙ୍କ ଉପରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ପାଖରେ ଅଭିଭାବକମାନେ ଦାବୀ କରିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
Bandhahela selarter hom

Blog Archive