Breaking News

ଯୋଗ ପରିବାର ପକ୍ଷରୁ ଯୋଗ ସଚେତନତା ଶିବିର ଅନୁଷ୍ଠିତ



ସମ୍ବଲପୁର, ---- ଯୋଗ ପରିବାର ପକ୍ଷରୁ  ଯୋଗ ସଚେତନତା ଶିବିର ସହ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି! ଏଥିରେ ଶ୍ରୀ ସୁଧୀର ମିଶ୍ର ଙ୍କ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମ୍ବଲପୁର ଜିଲ୍ଲା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଶ୍ରୀ ଶଶୀକାନ୍ତ ଜେନା ସମ୍ମାନିତ ଅତିଥିଭାବେ ଓ  ଶ୍ରୀ ଜଗଦୀଶ ତ୍ରିପାଠୀ,ସମ୍ମାନିତ ଅତିଥି  ଯୋଗ ଗୁରୁ ଟିକେଲାଲ ଭୋଇ, ମୁଖ୍ୟ ବକ୍ତା ହରିହର ମିଶ୍ର ଓ ଯୋଗ ପରିବାର ର ସଂଯୋଜକ ଶ୍ରୀ ଭବାନୀଶ ଭୋଇ ଯୋଗଦେଇଥିଲେ ।
ଅତିଥି ମାନେ ପ୍ରାରମ୍ଭରେ ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶ୍ରୀ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଓ ଶ୍ରୀମତୀ ସଂଗୀତା ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ ଯୋଗ ପରିବାର ର ସଦସ୍ୟ ଶ୍ରୀ ବିରଞ୍ଚି ନାୟକ, ଶ୍ରୀମତୀ ରାକ୍ଷୀ ମିଶ୍ର, ଶ୍ରୀମତୀ ନଳିନୀ ଆଚାର୍ଯ୍ୟ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକାନ ଦେଇ ସମ୍ମାନିତ କରିଥିଲେ।ଶ୍ରୀମତୀ ସୁଷମା ପ୍ରଧାନ ସ୍ୱାଗତ ସମ୍ଭାଷଣ ସହ ସମ୍ବଲପୁରୀ କବିତା, ଶ୍ରୀଷକ "ସମ୍ୱଲପୁରର କଥା "ପାଠ ଅତି ଉଚ୍ଚ କୋଟିର ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଜେନା କହିଥିଲେ ଯେ ସେ ପରିବାର ଛାଡି ସୁଦୂର ବାରିପଦା ରୁ ସମ୍ବଲପୁର ଆସିଲା ପରେ ତାଙ୍କର କର୍ମମୟ ଜୀବନ ରେ ସେ ଏକାକୀ ଅନୁଭବ କରୁଥିଲେ ଯଦ୍ୱାର ତାଙ୍କର କର୍ମମୟ ଜୀବନ ରେ ସେ ଅଶାନ୍ତି ଓ ଅସୁସ୍ଥ ଅନୁଭବ କରୁଥିଲେ । ନିୟମିତ ଯୋଗଭ୍ୟାସ ଦ୍ୱାରା ସେ ନିଜ କୁ ସୁସ୍ଥ ଓ ମାନସିକ ଶାନ୍ତି ସହ ଅନୁଭବ ଉପରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଶ୍ରୀମାନ ତ୍ରିପାଠୀ ଯୋଗ ପରିବାର କୁ ଭୁୟସୀ ପ୍ରଶଂସା କରିଥିଲେ! ଯୋଗ ଗୁରୁ ଶ୍ରୀ ଭୋଇ କହିଥିଲେ ଯେ ନିୟମିତ ଯୋଗ ସାଧନା ଦ୍ୱାରା ମଣିଷ ଦୈନନ୍ଦିନ ଜୀବନରେ ତାରା ମନ, ଶରୀର, ଆଚାର, ବିଚାର ଉପରେ ଅନୁକୂଳ ପ୍ରଭାବ ପଡିବା ସହ ପ୍ରତେକ କାର୍ଯ୍ୟ ରେ ଉତ୍ସାହ ପ୍ରଦାନ କରେ ବୋଲି ଉଲେଖ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ଶ୍ରୀ ଜଗନ୍ନାଥ ଙ୍କ ଶ୍ଳୋକାବୃତ୍ତି ସହ ଯୋଗ ର ଉପକାରିତା ଉପରେ ବିବୃତି ପ୍ରଦାନ କରିଥିଲେ। ସଂଯୋଜକ ଭବାନୀଶ ଭୋଇ କହିଥିଲେ ଯେ ଏକ ସୁସ୍ଥ ସମାଜ ଗଠନ ରେ ଯୋଗ ର ପ୍ରମୁଖ ଭୂମିକା ରହିଅଛି ତେଣୁ ନିୟମିତ ଯୋଗଭ୍ୟାସ ଜରୁରୀ ଅଟେ। ଶେଷରେ ଶ୍ରୀ ଉଦୀପ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁଶ୍ରୀ ଅର୍ପିତା ମିଶ୍ର ଓ ଶ୍ରୀ ସୁଧୀର ମିଶ୍ର ସଂଗୀତ ପରିବେଷଣ କରିଥିଲେ! ଯୋଗ ପରିବାର ର ବରିଷ୍ଠ ସଦସ୍ୟ ଶ୍ରୀ ଅଶୋକ ସାହୁ ଓ ଯୁବ ସଦସ୍ୟ ଶ୍ରୀ କ୍ଷିତୀଶ ବିଶ୍ୱାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରୀତିଭୋଜନ ର ବ୍ୟବସ୍ଥା କରାଯାଇଥିଲା।ଏଥିରେ ଯୋଗ ପରିବାର ର ଶ୍ରୀ ପ୍ରଦୀପ୍ତ କିଶୋର ସୁଶାରୀ, ସ୍ୱରୂପ ପାତ୍ର, ଅଶୋକ ମହାନ୍ତି, ଉଗ୍ରସେନ ପୋଢ଼, ବିଜୟ ବର୍ମା,ବିକାଶ ତ୍ରିପାଠୀ, କିଶୋର ଧରେଇ, ନିହାର ରଞ୍ଜନ ବିଶ୍ୱାଳ, ମନୋଜ ପଣ୍ଡା, ଗୋପାଳ ପାଢ଼ୀ,ଭାସ୍କର ବାଗ, ନରେନ୍ଦ୍ର ପଟେଲ,ଶ୍ରୀମତୀ ପ୍ରତିଭା ଦାସ, ଶ୍ରୀମତୀ କିରଣ ବାଳା ଆଚାର୍ଯ୍ୟ,ପରିଣିତା ବର୍ମା, ସୁଭଦ୍ରା ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୩୦/୬/୨୦୨୫----୧,୪୫ Sakhigopal News,30/6/2025

Blog Archive