ବାହାଡାପଦର ହାଇସ୍କୁଲରେ ଯୋଗ ଦିବସ ପାଳିତ
ଭଞ୍ଜନଗର :- ବାହାଡାପଦର ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ଯୋଗଗୁରୁ ଭାବେ ପତଞ୍ଜଳିରୁ ରାମଦେବ ବାବାଙ୍କ ଶିଷ୍ୟ ଶ୍ରୀ ବିମଳ କୁମାର ପାତ୍ର ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଯୋଗର ଉପକାରିତା ଉପରେ କହି ବିଭିନ୍ନ ଯୋଗର ପ୍ରଶିକ୍ଷଣ ଦେଇଥିଲେ l ଯୋଗରେ ଭାରତ ସ୍କାଉଟ ଓ ଗାଇଡ଼, ଜାତୀୟ ସବୁଜ ବାହିନୀ, ଜୁନିଅର ରେଡ କ୍ରସ ଛାତ୍ରଛାତ୍ରୀ ଭାଗ ନେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ହୃଷିକେଶ ନାୟକ, ବାବୁଲା ନାୟକ, ନରେନ୍ଦ୍ର ପ୍ରଧାନ, ପ୍ରବୀଣ କୁମାର ଜେନା, ଶଶୀ ଭୂଷଣ ସ୍ୱାଇଁ,ବିବେକାନନ୍ଦ ସାହୁ,ଗୋପାଳ ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରି ପରିଚାଳନା କରିଥିଲେ l ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଯୋଗ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ମଦନ ଗୋପାଳ ଅlପଟ ଧନ୍ୟବାଦ ପ୍ରଦାନ କରିଥିଲେ l ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୧/୬/୨୦୨୬ ---+ ୧୦,୫୫ Sakhigopal News,21/6/2025