Breaking News

ଲଣ୍ଡଗାଁ ଠାରେ ବିଜେପିର ଜନ ପରାମର୍ଶ ପଦଯାତ୍ରା

ବାଲିଗୁଡା ----କନ୍ଧମାଳ ଜିଲ୍ଲା ବାଲିଗୁଡା ର ଲଣ୍ଡାଗାଁ ପଞ୍ଚାୟତରେ ଭାଜପା ପକ୍ଷରୁ ଜନ ପରମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନ ପରାମର୍ଶ ପଦଯାତ୍ରାରେ ବିଜେପି କର୍ମୀ ମାନେ ଘରକୁ ଘର ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସାଧାରଣଙ୍କୁ ବୁଝାଇଥିଲେ  । ଏବଂ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମତାମତ ସଂଗ୍ରହ କରିଥିଲେ  । ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ , ବାଲିଗୁଡା ମଣ୍ଡଳ ସଭାପତି ସୁରେନ୍ଦ୍ର ପାତ୍ର, ବାରଖମା ମଣ୍ଡଳ ସଭାପତି ଦେବେନ୍ଦ୍ର କୁଦେଇ, ଆଇନଜୀବି କ୍ଷମର ସାଗର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଅଭୟ ପାତ୍ର, ସମିତିସଭ୍ୟ ପରମା ଠେଲାଙ୍କ ସହିତ ମୋଚିଲାଲ ରଣା, ପ୍ରକାଶ ରଣା ଓ ହେମନ୍ତ ରଣା ପ୍ରମୁଖ୍ୟ ସାମିଲ ହୋଇଥିଲେ  । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ସରକାର କୁ ଆସିଲେ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ  । 

ବାଲିଗୁଡାରୁ ବନବାସୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା, 
Bjp Jana samparka

Blog Archive

Popular Posts