Breaking News

କଣ୍ଟେଇପଲ୍ଲୀ ରୁ 12 ଫୁଟ ଏବଂ ବେତାର ଗାଁ ରୁ 10 ଫୁଟିଆ ଅହିରାଜ ସାପକୁ ଉଧାର କଲା ବନବିଭାଗ

The forest department rescued the 12-foot-tall Ahiraj snake from Kanteipalli and 10 feet from the wireless village.

 ଭଞ୍ଜନଗର -- -ଉତ୍ତର ଘୁମୁସର ବନଖଣ୍ଡ ର କେନ୍ଦ୍ରିୟ ବନାଞ୍ଚଳ ଅଧୀନ କାଳିଆମ୍ବା ସେକସନ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଗାଁ ନିକଟରୁ ଏକ ବଡ ଧରଣର ଅହିରାଜ ସାପ କୁ ଉଧାର କରିଛି ବନବିଭାଗ । ସ୍ଥାନୀୟ  ବନ ସୁରକ୍ଷା ସମିତି ର ସଭ୍ୟ ମାନେ ବନାଞ୍ଚଳ ଅଧିକାରୀ କୁମାର ବେହେରାଙ୍କୁ ଖବର ଦେଇଥିଲେ । ଖବର ପାଇ ବନପାଳ ଶରତ କୁମାର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି  ସ୍ନେକ୍ ହେଲପ୍ ଲାଇନ୍ କର୍ମୀଙ୍କ ସହଯୋଗରେ , ସାପଟିକୁ ଉଧାର କରି ନିକଟସ୍ଥ ଜଙ୍ଗଲ ରେ ଛାଡିଥିଲେ । ଉଧାର ସାପ ଟିର ଲମ୍ବ ପ୍ରାୟ ୧୨ ଫୁଟଥିଲା । ସେହିଭଳି  ମୁଜାଗଡ ବନାଞ୍ଚଳର ବେଣାକୁନ୍ଦା ବିଟ୍ ଅନ୍ତର୍ଗତ ବେତାର ଗାଁ ର ସମର ଦଳେଇଙ୍କ ଘରର ଭାଡି ଉପରେ ୧୦ ଫୁଟ ଲମ୍ବର  ଅହିରାଜ ସାପ ଥିବା ଦେଖିବାକୁ ମିଳିଥିଲା । ବନପାଳ ବଂଶୀଧର ବିଷୋୟୀଙ୍କୁ ଖବର ଦିଆଯାଇଥିଲା ।  ସ୍ନେକ୍ ହେଲ୍ପ ଲାଇନର ର କର୍ମୀ ସଞ୍ଜୟ କୁମାର ସ୍ବାଇଁ ଓ କେଦାର ମଲ୍ଲିକ ସାପଟିକୁ ଉଧାର କରିଥିଲେ । ଉଧାର ସାପକୁ ନିକଟସ୍ଥ ସୋରାଦେବୀ ଜଙ୍ଗଲରେ ଛାଡି ଦିଆଯାଇଥିବା ନେଇ ବନ କ୍ଷେତ୍ରପାଳ ବିମ୍ବାଧର ସାହୁ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୪/୨୦୨୨----୭,୩୦ Sakhigopal News,11/4/2022

Blog Archive

Popular Posts