Breaking News

ନିଆଁରେ ଚାଲିଲେ ମାନସିକଧାରୀ


The 25th anniversary of the 25th Shriram Tarak Mahayagya


ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକସ୍ଥିତ ସୁଜନପୁର ଗ୍ରାମ ପଞ୍ଚାୟତର ପଟଣପୁର ଗ୍ରାମରେ ଶୁକ୍ରବାର ବିଷ୍ଠୁବ ସଂକ୍ରାନ୍ତି ପର୍ବରେ  ମା ମଙ୍ଗଳା ଓ କ୍ଷେତ୍ରପାଳି ମନ୍ଦିର ପାଖ ମେଳଣ ପଡିଆରେ ମାନସିକ ଧାରି ମାନେ  ନିଆଁରେ ଚାଲିଥିଲେ । ଏଠାରେ ଏହି ପର୍ବ ଦେଖିବା ପାଇଁ ଶତାଧିଢ଼ ଜନସମାଗମ ହୋଇଥିଲା ।  ଗୁହାରିଆ ପଡିଥିବା ମାନସିକଧାରୀ  ଭକ୍ତ ମାନଙ୍କୁ ମଙ୍ଗଳାଙ୍କ କାଳେସୀ ବିଜେ ହୋଇ ମନ୍ଦିରରୁ ବାହାରିବା ପରେ ଆର୍ଶିବାଦ ଦେଇଥିଲେ । ପ୍ରଥମେ ମହାବୀରିଙ୍କ କାଳେସି ଓ ମଙ୍ଗଳାଙ୍କ କାଳେସି ନିଆଁରେ ଚାଲିବା ପରେ ଅନ୍ୟ ପାଟୁଆ ମାନେ ଛୋଟ ଛୋଟ ପିଲାମାନଙ୍କୁ ହାତରେ ଧରି ନିଆଁରେ ଚାଲିଥିବା ଦେଖାଯାଇଥିଲା । ଏହି ସମୟରେ ହରିବୋଲ ଓ ହୁଳହୁଳି ସାଙ୍ଗକୁ ଘଣ୍ଠ, ଶଙ୍ଖ ଶଦ୍ଧରେ ଅଞ୍ଚଳ ଆଧ୍ôୟାମିକ ପରିବେଶ ସୃଷ୍ଟି କରିଥିଲା । ଏହି ଅବସରରେ ସକାଳୁ ସାକଳୁ ମାଙ୍କର ମାଜେଣା ସହ ନୀତି ଭୋଗ ସରିବା ପରେ ପଣାଭୋଗ କରାଯାଇଥିଲା । ପୀଠରେ ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୂତି ପରେ ଯଜ୍ଞକୁଣ୍ଡରୁ ଅଗ୍ନି ଅଣାଯାଇ ପାଟୁଆଙ୍କ ପାଇଁ ନିମିର୍ତ୍ତ ୨ଟି ଅଗ୍ନି କୁଣ୍ଡରେ ସଂଯୋଗ କରାଯାଇଥିଲା । ସେହିପରି ନିଁପୁର ଗ୍ରାମରେ ଥିବା ମା ମଙ୍ଗଳାଙ୍କ ପୀଠରେ ପ୍ରାୟ ୭୫ ବର୍ଷରୁ ଅଧିକ ଦିନ ହେବ  ପ୍ରଚଳିତ ହୋଇ ଆସୁଥିବା ନିଆଁ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ସକାଳେ ମାଙ୍କର ମାଜଣାନୀତି ସମାର୍ପଣ ହେବା ପରେ  କାଳେସୀ ମନ୍ଦିରକୁ ପ୍ରବେଶ କରିଥିଲେ । ମନ୍ଦିର ପରିସରରେ ତିନିଦିନ ତଳୁ ମାନସିକ ମାନେ ମାଙ୍କୁ ପୁଜା ଅର୍ଚ୍ଚନା କରିବା ସହ ବିଭିନ୍ନ ଭୋଗ କରିବା ପରେ ମାଙ୍କ ପାଖରେ ଅଖଣ୍ଡ ଜ୍ୟୋତିରୁ ଅଗ୍ନି ସଂଗ୍ରହ କରାଯାଇ ନିର୍ମିତ ହୋଇଥିବା ୩ଟି ୧୫ ଫୁଟ ଲମ୍ବା ଦେଢଫୁଟ ଓସାରରେ ସଜାଯାଇଥିବା କାଠରେ ଅଗ୍ନି ସଯୋଗ ମାଙ୍କ କଳେସୀ କରିଥାନ୍ତି । ତାପରେ ପରେ ମାନସିକ ଧାରୀ ନିଆଁ ପାଟୁଆରେ ଚାଲିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୨---୫,୧୫   

 Sakhigopal News, 14/4/2022

Blog Archive

Popular Posts