୨୫ତମଶ୍ରୀରାମ ତାରକ ମହାଯଜ୍ଞର ପୂର୍ଣ୍ଣାହୁତି
The 25th anniversary of the 25th Shriram Tarak Mahayagya
ସାକ୍ଷୀଗୋପାଳ --- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକଛକ ସ୍ଥିତ ବାଟ ମହାବୀର ମନ୍ଦିରରେ ୩ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ତାରକ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଯାଇଛି । ଅଙ୍କୁରାରୋପଣ, ଜଳଯାତ୍ରା, କର୍ମାରମ୍ଭ, ବ୍ରାହ୍ମଣବରଣ, ଆହୁତି କରାଯାଇଥିଲା । ତାପରଦିନ ସୂର୍ଯ୍ୟପୂଜା, ଶାଳାପୂଜା ତଥା ମହାବିଷ୍ଠୁବ ସଂକ୍ରାନ୍ତି ତଥା ମହାବିରିଙ୍କ ଜୟନ୍ତୀ ଅବସରରେ ଯଜ୍ଞରେ ପୂର୍ଣ୍ଣାହୂତି ହୋଇଥିଲା । ଆଜି ଭୋରରୁ ମନ୍ଦିର ଦୂଆର ଫିଟା, ମଙ୍ଗଳ ଆଳତୀ ,ଅବକାଶ, ବେଶ, ସୂର୍ଯ୍ୟପୂଜା, ଋଦ୍ରାଭିଷେକ,ଚଣ୍ଡିପାଠ, ହନୁମାନ ଚାଳିଶା , ସୁନ୍ଦର କାଣ୍ଡ, ପ୍ରଜରଙ୍ଗ ବାଣ ପାଠ କରାଯାଇ ଆହୁତି ପ୍ରଦାନ କରାଯାଇଥିଲା । ଯଜ୍ଞରେ ମୁଖ୍ୟ ପୁରୋହିତ ରିଙ୍କୁନାଥ ଷଡଙ୍ଗୀ କାର୍ଯ୍ୟତୁଲାଇଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଶାନ୍ତି ସୂରପଦାଶ, ବସନ୍ତ କୁମାର ମିଶ୍ର, ବଳଭ୍ରଦ ନନ୍ଦ ସହଯୋଗ କରିଥିଲେ । ଯଜ୍ଞରେ କର୍ତ୍ତା ଭାବେ ଧୂଳିରାମ ମହାପାତ୍ର, ସତ୍ୟବତ୍ୟ ଦାଶ କାର୍ଯ୍ୟସମାପନ୍ନ କରିଥିଲେ । ବାଟ ମହାବୀର ଯଜ୍ଞ କମିଟିର ସଦସ୍ୟ ପ୍ରମୋଦ ବେହେରା, ଭ୍ରମର ସେଠୀ, ନିଧି ନାୟକ, ନରେନ୍ଦ୍ର ଚୌଧୁରୀ, ଗୋବିନ୍ଦ ମହାପାତ୍ର, ବିଜୟ ମିଶ୍ର, ବନମାଳି ପରିମାଣିକ, ରବିନ୍ଦ୍ର କୁମାର ରତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ଲକ୍ଷ୍ମୀଧର କର ପୂଜାପାଠ କରିଥିଲେ । ସନ୍ଧ୍ୟାରେ ଶ୍ରୀରାମ ନାଟକ ସହିତ ସମବେତ ପ୍ରସାଦ ସେବନ ପାଇଁ ବେଶ ଭିଡ ଲାଗିଥିଲା । ସେହିପରି ଅଲଗଡ ମହାବୀର, ମଶାଣିଆ ମହାବୀର, ଜାଗା ମହାବୀର, ସଙ୍କଟ ମୋଚନ ଗଛ ମହାବୀର ଓ ବରାଳ ବାଲୁଙ୍କେଶ୍ୱର ମହାବୀର ଙ୍କ ନିକଟରେ ହନୁମାନ ଜୟନ୍ତୀ ଅବସରରେ ପୂଜାର୍ଚ୍ଚନା ପାଇଁ ଗହଳି ଚହଳି ଲାଗିବା ସହ ପଣା ଓ ଚୁଡାଘଷା ଭୋଗ କରାଯାଇଥିଲା । ଘରେ ଘରେ ତୁଳସି ଚଉରା ରେ ବସୁନ୍ଧରା ବାନ୍ଧି ପଣା ଲାଗି କରାଯାଇଥିବାର ଦେଖାଯାଇଥିଲା
ଧୀରେନ୍ଦ୍ର ସେନାପତି, ୧୪/୪/୨୦୨୨---୫,୧୫
Sakhigopal News, 14/4/2022