ଘୁମୁସର ପ୍ରସିଦ୍ଧ ଗାଲେରୀ ଦଣ୍ଡଯାତ୍ରା ଉଦଯାପିତ , ହଜାର ହଜାର ଭକ୍ତଙ୍କ ସମାଗମ
Thousands of devotees flock to Ghumsa's famous gallery.
ଭଞ୍ଜନଗର- ଘୁମୁସର ପ୍ରସିଦ୍ଧ ଗାଲେରୀ ଦଣ୍ଡଯାତ୍ରା ବୁଧବାର ଉଦଯାପନ ହେଇଯାଇଛି । ୧୩ ଦିନ ଧରି ଆୟୋଜିତ ଦଣ୍ଡ ଯାତ୍ରା ବିଭିନ୍ନ ଗ୍ରାମକୁ ଯାଇ ମାନସିକ ଧାରୀଙ୍କ ମାନସିକ ପୂରଣ କରି ଆସୁଥିଲେ। ଦଣ୍ଡ ଦଳରେ ୬୦୦ରୁ ଉର୍ଦ୍ଧ୍ବ ମାନସିକଧାରୀ ଦଣ୍ଡୁଆ ଯୋଗ ଦେଇଥିଲେ ।ଭଦଯାପନୀ ଉତ୍ସବରେ ବିଭିନ୍ନ ଗ୍ରାମରୁ ୧୬ ହଜାରରୁ ଉର୍ଦ୍ଧ୍ବ ମାନସିକ ଭକ୍ତ ଯୋଗଦେଇ ମା ଦଣ୍ଡକାଳୀଙ୍କ ଦର୍ଶନ କରିଥିଲେ। ଅପରାହ୍ନ ସମୟରେ ଦଣ୍ଡକାଳୀଙ୍କ ମନ୍ଧିର ସମ୍ମୁଖରେ ଧୂଳିଦଣ୍ଡ କରାଯାଇଥିଲା । ପରେ ଗାଲେରୀ ଗ୍ରାମରେ ଥିବା ପୋଖରୀକୁ ଯାଇ ସେଠାରେ ଜଳଦଣ୍ଡ କରିବା ସହ , ଅଗ୍ନିଦଣ୍ଡ କରି ଗାଁ ପରିକ୍ରମା କରିଥିଲେ। ପରେ ମା ଦଣ୍ଡକାଳୀଙ୍କ ମନ୍ଦିରକୁ ଆସିଥିଲେ । ମା ଦଣ୍ଡକାଳୀଙ୍କ ଆର୍ଶବାଦ ପାଇଁ ବହୁ ଭକ୍ତ ଗୁହାରିଆ ପଡିଥିଲେ । ହୁଳହୁଳି ସାଙ୍ଗକୁ ,ଢେଲ , ମହୁରୀ ଓ ଘଣ୍ଟବାଦ୍ୟ ରେ, ଭକ୍ତଙ୍କ କଳାରୁଦ୍ରମଣିଙ୍କୁ ଭଜହେ ଡାକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଯେପରି ବିଶୃଙ୍ଖଳା ନହେବ ସେଥିପାଇଁ ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ନେତୃତ୍ବରେ , ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ବେହେରାଙ୍କ ସହଯୋଗ ସମେତ ବହୁ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ପ୍ରତିଷ୍ଠିତ ଚୈତ୍ର ଉତ୍ସବ , ଶାନ୍ତିପୂର୍ଣ୍ଣ ଭାବରେ ସମାପନ କରାଯାଇଥିବା ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଦୁଇ ବର୍ଷ ହେଲା କରେନା କଟକଣା ଯୋଗୁଁ ଏହି ଦଣ୍ଡଯାତ୍ରା ନିଡାମ୍ବର ଭାବେ ପାଳନ କରାଯାଇଥିଲା । ଚଳିତ ବର୍ଷ ଏହି ଯାତ୍ରାକୁ , ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବହୁ ଆଡମ୍ବର ସହ ପାଳନ କରାଯାଇଥିବାରୁ ଭକ୍ତଙ୍କ ଠାରେ ବେଶ୍ ଉତ୍ସାହ ଓ ଆଧ୍ୟାତ୍ମିକ ଭାବ ଦେଖିବାକୁ ମିଳିଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୪/୨୦୨୨----୯,୩୦ Sakhigopal News,13/4/2022