Breaking News

ଭୀମପୁର ଗ୍ରାମରେ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ

 In the village of Bhimpur, Sriramcharit Manas Navahn Parayan.


ସାକ୍ଷୀଗେ।।ପଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଆରାଧ୍ୟ ଠାକୁର ଗୋପିନାଥ ଦେବଙ୍କ ମନ୍ଦିର ପରିସରରେ ୧୯ତମ  ଶ୍ରୀ ଶ୍ରୀ ରାମଚରିତ ମାନସ ନବମ ଦିବସ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପ୍ରତିଦିନ ସଂଧ୍ୟାରେ ସୁରେନ୍ଦ୍ର କୁମାର ମହାପାତ୍ର, ବେଣୁଧର ମହାପାତ୍ର, ପଣ୍ଡିତ ରବିନାରାୟଣ ହୋତା ଓ ରାମଚନ୍ଦ୍ର ମିଶ୍ର ପ୍ରମୁଖ ପ୍ରବଚନ ପ୍ରଦାନ କରୁଛନ୍ତି । ବ୍ୟାସ ଭାବେ ବାଳକୃଷ୍ଣ ରାମାନୁଜ ଦାଶ, ଯଜ୍ଞାରର୍ଦ୍ଦ ଶିବ ପ୍ରସାଦ ରଥ ଓ ସାଥୀମାନେ  ରହିଛନ୍ତି । କର୍ତ୍ତା ଭାବେ  ବୈକୁଣ୍ଠ ବିହାରି ରଥ ଯଜ୍ଞ କାର୍ଯ୍ୟ ତୁଳାଇଛନ୍ତି ।  ଯଜ୍ଞ ଅନୁଷ୍ଠାନର ସଭାପତି ବିଶ୍ୱନାଥ ରଥ ଓ ନିରଞ୍ଜନ ହୋତା, ଦେବ ପ୍ରସାଦ ରଥ, ବାକୃଷ୍ଣ ରଥ, କାଶୀନାଥ ରଥ, ଜଗବନ୍ଧୁ ରଥ, କୈଳାସ ଚନ୍ଦ୍ର ରଥ, ସଦାଶିବ ରଥ, ରଘୁନାଥ ରଥ, ପ୍ରମୋଦ କୁମାର ରଥ, ମିଟୁ ରଥ, ପିତବାସ ରଥ  ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୨---୫,୪୦   Sakhigopal News, 11/4/2022

Blog Archive

Popular Posts