ସତ୍ୟବାଦୀ ନୋଡାଲ ସେଣ୍ଟରରେ ୨୪୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ
249 students took the exam at the Satyavadi Nodal Center
ସାକ୍ଷୀଗୋପାଳ,=--ସତ୍ୟବାଦୀରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର ଭାବେ କରାଯାଇଛି । ଏହି ନୋଡାଲ ସେଣ୍ଟରରେ୫ଟି ହାଇସ୍କୁଲର ୨୪୯ ଜଣ ଛାତ୍ର ଛାତ୍ରୀ କୋଭିଡ ଗାଇଡି ଲାଇନି ଅନୁଯାୟୀ ସମ୍ମେଟିଭ ପରୀକ୍ଷା ଦେଇଛନ୍ତି । ପିଲାଙ୍କ ମଧ୍ୟରେ ପରୀକ୍ଷା ଦେବାକୁ ବେଶ ଆଗ୍ରହ ଥିବାର ଦେଖାଯାଇଛି । ନୋଡାଲ ସେଣ୍ଟରର ଇନିଚାର୍ଯ୍ୟ ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଭବମ ପ୍ରଧାନ ରହିଛନ୍ତି । ଡେପୁଟୀ ନୋଡାଲ ଇନିଚାର୍ଯ୍ୟ ଭାବେ ଶିକ୍ଷକ ସତ୍ୟବାଦୀ ଦାଶ ରହିଥିବା ବେଳେ ପରୀକ୍ଷା ସେଣ୍ଟରର ଇନିଚାର୍ଯ୍ୟ ଭାବେ ଶିକ୍ଷକ ବିଜୟ କୁମାର ପରିଡା ରହିଛନ୍ତି । ଏହି ନୋଡାଲ ସେଣ୍ଟର ଅଧୀନରେ ସତ୍ୟବାଦୀ ବ୍ଳକର ୮ଟି ପରୀକ୍ଷା କେନ୍ଦ୍ର ରହିଛି । ସେ ଗୁଡିକ ହେଲା ଜୟଦୁର୍ଗା ହାଇସ୍କୁଲ, ଗବକୁଣ୍ଡ, ନୂଆସମେଶ୍ୱରପୁର ହାଇସ୍କସ୍କୁଲ, ରାୟଚକ୍ରଧରପୁର, ଅଳଗୁମ ଜାଗେଶ୍ୱରୀ ବିଦ୍ୟାପୀଠ, ବୀରଗୋବିନ୍ଦପୁର ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ ଓ ନୋଡାଲ ସେଣ୍ଟ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରହିଛି । ନୋଡାଲ ସେଣ୍ଟରରୁ ପ୍ରତିଦିନ ସମସ୍ତ ସେଣ୍ଟରକୁ ପ୍ରଶ୍ନ ପତ୍ର ପଠାଯାଉଛି ବୋଲି ସତ୍ୟବାଦୀ ନୋଡାଲ ସେଣ୍ଟର ଇନିଚାର୍ଯ୍ୟ ଭବମ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । ସେହିପରି ସତ୍ୟବାଦୀ ବ୍ଳକରେ ୮ ଟି ପରୀକ୍ଷା ସେଣ୍ଟରରେ ୧୩୫୩ =ଜଣ ପରୀକ୍ଷା ଦେବାପାଇଁ ସ୍ଥିର ହୋଇଥିବା ବେଳେ ୧୨୭୩ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି ୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୨=---୮,୧୫ Sakhigopal News , 5/1/2022