ବାଦୀପଡା ବ୍ରିଜ ଅଧାପନ୍ତରିଆ , କୋଶଲ ସମନ୍ୱୟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗୀର----ରାଜ୍ଯ ସରକାର ,ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସଇଁନ୍ତଳା- ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ତାହାକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆଜି କୋଶଳ ରାଜ୍ୟ ଯୁବ ସମନ୍ୱୟ ସମିତି ସଇଁନ୍ତଳା ଶାଖା ସଭାପତି ଶାନ୍ତନୁ ରଣା ଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରି,ଜିଲ୍ଲା ଯୁବ ସଭାପତି
ବନମାଲୀ ନାଏକ,ରଞ୍ଜନ ବୁଡେକ ଙ୍କ ଉପସ୍ଥିତ ରେ ସଇଁନ୍ତଳା ପଞ୍ଚାୟତ କାର୍ଯ୍ୟଳୟ ଠାରେଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସଙ୍ଗ କୁ ନେଇ ଆସନ୍ତା ୧୦ ତାରିଖରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯିବା ପାଇଁ ଏନେଇ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ କର୍ମକର୍ତ୍ତା । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ ଦୀର୍ଘ ବର୍ଷ ପରେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନାହିଁ।।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଙ୍କ ଉପରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଦୀପଡା ରାସ୍ତା ଦେଇ ନଦୀ ପାର ହୋଇ ଯା’ଆସ କରିଥାନ୍ତି । ତେବେ ୫ ବର୍ଷ ରୁ ଅଧିକ ହେବ ବ୍ରିଜ ସମ୍ପୂର୍ଣ୍ଣ ହେଉ ନ ଥିବା ବେଳେ ଯାତାୟାତ କରିବା ପାଇଁ ସ୍କୁଲ,କଲେଜ ଛାତ୍ରଛାତ୍ରୀ ସମେତ ଗର୍ଭବତୀ ମହିଳାମାନଙ୍କ ପାଇଁ ଅନେକ ବାଧାପ୍ରାପ୍ତ ହୋଇଛି।ପ୍ରକାଶ ଥାଉକି ଯେ, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ଯ୍ୟ ଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଗତ କିଛି ଦିନ ତଳେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ଅସନ୍ତୋଷ ଲୋକଙ୍କ ପ୍ରଶ୍ନ ବାଣରେ ଦୁଇ ମନ୍ତ୍ରୀଙ୍କ ପାଟି ଚୁପ୍ ହୋଇଯାଇଥିଲା । ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ ଲୋକଙ୍କ ପ୍ରଶ୍ନ ଉତ୍ତର ନ ଦେଉ ଚୁପଚାପ ରହି ଯାଇ ଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ।
ଏହି ବ୍ରିଜ କେବେ ସମ୍ପୂର୍ଣ୍ଣ ହେବ କାହାକୁ ମଧ୍ୟ ଜଣାନାହିଁ।ଅନେକ ଥର ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରାଯାଇ ଥିଲା।ସେହି ସମୟରେ ବର୍ଷା ନ ହେବା ଆଗରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା ।ତେବେ ଆସନ୍ତା ୧୦ ତାରିଖରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯିବା ପାଇଁ ପୋଲିସ ପ୍ରଶାସନ, ବିଡ଼ିଓ ଓ ତହସିଲଦାର ଙ୍କୁ ଲେଖିତ ଭାବେ ମଧ୍ୟ ଜଣାଇଥିବା ଜଣାପଡିଛି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୬/୧/୨୦୨୨----୭,୫୫
Sakhigopal News,6/1/2022