ମୁଖ୍ୟ ରାସ୍ତାର ମଝିରେ ପୂର୍ତ୍ତ ବିଭାଗର "କଲଭର୍ଟ' ନିର୍ମାଣ, ବିପଦକୁ ନିମନ୍ତ୍ରଣ; ଜନ ଅସନ୍ତୋଷ
ଜଟଣୀ:-ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ଛକ ହରିଭାଇନା ଛକ ।ଏହି ଛକ ସହରର ଚାରି ଦିଗରୁ ଆସିଥିବା ରାସ୍ତାର ସଂଯୋଗ ସ୍ଥଳ l ଏହା ମଧ୍ୟ ଖୋର୍ଦ୍ଧା ଠାରୁ ପିପିଲିକୁ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅଟେ l ତତ ସଙ୍ଗେ ହରିଭାଇନା ଛକରୁ ଜଟଣୀ ଗେଟ ଦେଇ ରାଜ୍ୟ ରାଜପଥ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅଟେ l କିନ୍ତୁ ଦୁଃଖର ବିଷୟ ହରିଭାଇନା ଛକର ମଧ୍ୟଭାଗାରେ ପ୍ରଶାସନ ଦ୍ୱାରା ବାରମ୍ବାର ଗୋଟିଏ ପରେ ଗୋଟିଏ କାର୍ଯ୍ୟ ହେବା ଦ୍ୱାରା ସକାଳ ସନ୍ଧ୍ୟା ଟ୍ରାଫିକ ସମସ୍ୟା ଦେଖାଯାଏ l ଗୋଟିଏ ଦିଗରୁ ଅନ୍ୟ ଦିଗକୁ ଯିବାପାଇଁ ଦୀର୍ଘ ସମୟ ଅଟକିବାକୁ ପଡେ l ବର୍ତ୍ତମାନର ପୂର୍ତ୍ତ ବିଭାଗର ସହରର ମୁଖ୍ୟ ରାସ୍ତାର ମଝିରେ ଏକ ପାଣିର ନିଷ୍କାସନ ପାଇଁ"କଲଭର୍ଟ" ନିର୍ମାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି lସୂଚନା ମୁତାବକ ଆଜକୁ ଦୀର୍ଘ ୩ ମାସ ହେବ ମୁଖ୍ୟରାସ୍ତା ମଝିରେ ଠିକାଦାରର ମନମୁଖୀ "କଲଭର୍ଟ' ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ମାନେ ଏହା ଏକ ଚାରିଛକ ହୋଇଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି l ଯାହା ଫଳରେ ପ୍ରତ୍ୟହ ଛୋଟ ବଡ଼ ଦୁର୍ଘଟଣା ଘଟିଥିଲେ ହେଁ ଏଥିପ୍ରତି ପ୍ରଶାସନର କୌଣସି ନିଘା ନାହିଁ lଏହି ଛକର ଏକ କୋଣରେ ବିଗତ କରୋନା ମହାମାରୀ ସମୟରେ ଟ୍ରାଫିକ ପୋଷ୍ଟ ନିର୍ମାଣ କରି ଟ୍ରାଫିକ ପୋଲିସର ନିୟୋଜିତ ପାଇଁ ଭୁଲିଗଲେ ପ୍ରଶାସନ l ସକାଳ,ସନ୍ଧ୍ୟା ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଦୁଇଟି ହାବିଲଦାର ନିୟୋଜିତ କରି ନିଜର ଦାୟିତ୍ୱ ତୁଲାଇଥାନ୍ତି l ଏଠି ପ୍ରଶାସନ, ଠିକାଦାର ଏବଂ ନେତା ଏକାକାର । କେବଳ ନିରୀହ ଜନତାଙ୍କ ଟିକସ ଅର୍ଥକୁ ହଡପ କରିବାରେ ବ୍ୟସ୍ତ ଅଧିକାରୀ l ଜନତାଙ୍କ ମୌଳିକ ସୁବିଧା ପ୍ରଦାନକୁ ଆଖିଠାର l ଜଟଣୀ ସହରର ଜନସାଧାରଣଙ୍କ ମଧ୍ୟରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ମଧ୍ୟ ନାହିଁ l ଯାହା ଫଳରେ ସମୂହେ ଲୁଟି ଖାଇବାରେ ବ୍ୟସ୍ତ ବୋଲି ଜଣ ସାଧାରଣରେ ଆଲୋଚନା ହେଉଛି l