ନାବାଳିକା ନିଖୋଜ, ସତ୍ୟବାଦୀ ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ---=ସତ୍ୟବାଦୀ ଥାନାରେ ମଙ୍ଗଳବାର ଦିନ ଜଣେ ନାବାଳିକା ଝିଅ ନିଖୋଜ ହୋଇଥିବା ନେଇ ସତ୍ୟବାଦୀ ଥାନାରେ ନାବାଳିକାଙ୍କର ବାପା ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା କେସନଂ୫/୨୨ରେ ଏକ ମାମଲା ରୁଜ କରି ଆଇଆଇସି ଦେବୀ ପ୍ରସାଦ ପାତ୍ର ତଦନ୍ତ ଜାରି ରଖିଛନ୍ତି । ନାବାଳିକା ଜଣଙ୍କ ୧ ତାରିଖ ରାତିରେ କେଉଁ ଆଡେ ପଳାଇଛିବୋଲି ନିଖୋଜ ନାବାଳିକାଙ୍କ ପିତା ଅଭିଯୋଗରେ ଦର୍ଶାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୨--୮,୦୫
Sakhigopal, 5/1/2022