Breaking News

ପୁରୀ ଜିଲ୍ଲାରେ ପ୍ରଥମ ଧାନ ମଣ୍ଡି ତେଇଶିପୁର ସମବାୟ ସମିତି ପରିସରରେ ଉଦଘାଟିତ

The first paddy mandi in Puri district has been inaugurated at the Teishipur Cooperative Society premises


 ଡେଲାଙ୍ଗ----  ପୁରୀ ଜିଲ୍ଲାରେ ପ୍ରଥମ ଧାନମଣ୍ଡି ପିପିଲି ବ୍ଳକର ତେଇଶିପୁର ସେବା ସମବାୟ ସମିତି ପରିସରରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ନଡିଆ ବାଡେଇ ଉଦଘାଟନ କରିଥିଲେ । ପରେ ପରେ ଅନୁଷ୍ଠିତ ସଭାରେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପଟୋଚିତ୍ରରେ ପୁଷ୍ପାମଲ୍ୟ ଅର୍ପଣ କରି ଚାଷୀ ମାନଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି ବୋଲି   ବିଧାୟକ ଶ୍ରୀ ମହାରଥୀ କହିଥିଲେ । ସରକାରଙ୍କ ନିୟମ ଅନୁସାରେ ଚାଷୀ ମାନେ ଧାନ ବିକ୍ରୟ କରିବେ ଯଦି କୌଣସି ମିଲର ବା ସମବାୟ ସମିତିର କର୍ମଚାରୀ ମାନେ ହଇରାଣ ହରକତ କରନ୍ତି ତା ହେଲେ ଚାଷୀ ମାନେ ସିଧାସଳକ ମତେ ଦେଖାକରି ତାଙ୍କର ଅସୁବିଧା ସମ୍ପର୍କେ ଜଣାଇବାକୁ ଉପସ୍ଥିତ ଥିବା ଚାଷୀ ମାନଙ୍କୁ  ଜୁନିୟର ମହାରଥୀ  ନିବେଦନ କରିଥିଲେ । ସେହିପରି ସମବାୟ ସେବା ସମିତିର ସମ୍ପାଦକ ମାନଙ୍କୁ ନଡିଆ ଚାରା ଦେଇ ନୂତନ ବର୍ଷର ସ୍ୱାଗତ କରିଥିଲେ । ପିପଲି ବ୍ଳକରେ ୧୭ ଗୋଟି ସମବାୟ ସମିତି  ଅଧିନରେ ପ୍ରାୟ ୫ହଜାରରୁ ଅଧିକ ଚାଷୀ ଖରିଫରେ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକରଣ କରିଥିବା ଜଣାପଡିଥିବା ବେଳେ ତେଇଶିପୁର ସମବାୟ ସେବା ସମିତିରେ ୩୯୭ ଜଣ ନାମ ପଞ୍ଜିକରଣ କରିଥିବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ କୁମାର ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି ।  ଏଫଏକ୍ୟୁ ମାନର କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥବା ଜଣାପଡିଛି । ଅନ୍ୟତମ ଅତିଥି ଭାବେ  ଏଆରସିଏସ ସୂରପ କର, ଜିଲ୍ଲା ଯୋଗାଣ ଅଧିକାରୀ ସୁଭୋଧ ହୋତା, ସାକ୍ଷୀଗୋପାଳ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ, ଆକଉଣ୍ଟ ଜଗତଜ୍ୟୋତି ସାହୁ, ମଣ୍ଡିର ସୁପରଭାଇଜର ସୁରେନ୍ଦ୍ର ଦତ୍ତ, ପିପିଲି ବ୍ଳକର ସମବାୟ ସମ୍ପସାରଣ ଅଧିକାରୀ ସୁରେନ୍ଦ୍ର ଦାସ, ପିପଲି ବ୍ଳକର ସଂସାଦଙ୍କ ପ୍ରତିନିଧି ପ୍ରଫୁଲ ସ୍ୱାଇଁ, ବ୍ଳକ ଅଧ୍ୟକ୍ଷ କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟା ରାଧାମଣୀ ପ୍ରଧାନ, ପିପିଲି ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଦାଧର ଦାଶ, ପୂର୍ବ ତେଇଶିପୁର ସମିତିସଭ୍ୟ ଇଶ୍ୱରପ୍ରସାଦ ଦାସ ମହତାବ, ବରିଷ୍ଠ ସମବାୟ ବିତ୍ତ ବୈରାଗୀ ଜେନା, ତେଇଶିପୁର ସରପଞ୍ଚ ନରେନ୍ଦ୍ର ଦାସ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ, ମହିଳା ନେତ୍ରୀ ଜୋସ୍ନା ପୁଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ । ପିପଲି ବ୍ଳକର ଆତ୍ମାର ସଭାପତି ତଥା ତେଇଶିପୁର ପଞ୍ଚାୟତର ସମିତିସଭ୍ୟ ଧରଣୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।  ପ୍ରଥମ ଦିନରେ ୨୦ କୁଇଣ୍ଟାଲ ଧାନ କିଣା ଯାଇଥିଲା । ତେଇଶିପୁର ସାଇକୃପା ରାଇସି ମିଲର ଧାନ ଉଠାଇଥିଲା ।  ଦୁର୍ଗାଦାସପୁର ସମବାୟ ସେବା ସମିତିର ପୂର୍ବତନ ସଭାପତି ସଦାଶିବ ଦାଶ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୨---୭.୫୫ 

 Sakhigopal News , 5/1/2022

Blog Archive

Popular Posts