Breaking News

ରାୟଚକ୍ରଧରପୁର ହାଇସ୍କୁଲର ୨୦୦୦ ମସିହା ବ୍ୟାଚର ବନ୍ଧୁ ମିଳନ

 Meet the friends of the 2000 batch of Raichakradharpur High School


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଚକ୍ରଧରପୁର ହାଇସ୍କୁଲର ୨୦୦୦ ମସିହାରଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ନିକଟସ୍ଥ ସଙ୍କଟ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବନ୍ଧୁ ମିଳନ ବୈଠକରେ ପୂର୍ବତନ ଶିକ୍ଷକ ତଥା ସତ୍ୟବାଦୀ ହାଇସ୍କୁଲର ଶିକ୍ଷକ ସତ୍ୟବାଦୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ବୈଠକରେ  ସଭାପତିତ୍ୱ କରିଥିଲେ । । ଏହିବନ୍ଧୁ ମିଳନରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।  ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସେହି ୨୨ବର୍ଷ ତଳର  ସେହି ପୁରାତନ ବିଦ୍ୟାଳୟର ଅଭୁଲା ପୁରୁଣା ସ୍ମୃତିକୁ ମନେ ପକାଇଥିଲେ  ।  ବନ୍ଧୁ ମିଳନ ସହିତ ପ୍ରତ୍ୟେକ ବର୍ଷ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ଶ୍ରୀ ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥଲେ । ସେହିପରି ବିଦ୍ୟାଳୟର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋସାହନ ଦେବା ପାଇଁ ଏକ ପାଣ୍ଠି ଗଠନ କରିବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୨---୭.୪୫ 

Sakhigopal News, 5/1/2022

Blog Archive

Popular Posts