Breaking News

ଫୋନ ମାଧ୍ୟମରେ ହତ୍ୟା ଧମକ ଓ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ; ଥାନାରେ ଅଭିଯୋଗ

 Death threats over the phone and verbal abuse in obscene language; Complaint to the police

ସାକ୍ଷୀଗୋପାଳ---- ଜଣେ ଯୁବକ  ଜଣେ ଯୁବତୀଙ୍କୁ ଫୋନ ଯୋଗେ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ହତ୍ୟା ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରୁଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ କରିଛନ୍ତି ଝିଅର ମାମୁଁ । ସୁଚନାଯୋଗ୍ୟ ଯେ  ଯୁବତୀଙ୍କୁ  ଜଣେ ଯୁବକ ଭଲ ପାଉଥିଲେ । ମାତ୍ର ଯୁବତୀ ଜଣଙ୍କ ତାଙ୍କୁ ଭଲ ପାଉ ନାହାନ୍ତି ବୋଲି କହିବାରୁ ରାଗରେ ଯୁବକ ଜଣଙ୍କ ତାଙ୍କ ମୋବାଇଲିକୁ ବାରମ୍ବାର ଫୋନ କରି ହତ୍ୟା ଧମକ ଦେବା ସହ ଘର ପରିବାରଙ୍କୁ ମାରିଦେବାକୁ ମଧ୍ୟ ଧମକ ଦେଉଛନ୍ତି । ଏହା ସହିତ ଫୋନ ମାଧ୍ୟମରେ ଅଶ୍ଳୀଳ ଭାଷାରେ ଗାଳି  ଗୁଲଜ କରିବା ସହ ବିଭିନ୍ନ ଫଟୋ ଫଠାଉଥିବା ଥାନାରେ ଯୁବତୀଙ୍କ ମାମୁଁ ଅଳଗୁମ ଭୋଇସାହିର ଉପେନ୍ଦ୍ର ପଣ୍ଡା  ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ  ଗ୍ରହଣ କରି ୬/୨୨ରେ ଏକ କେସରୁଜ କିରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁସୁଚନା ମିଳିଛ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧/୨୦୨୨--୮,୦୫  

Sakhigopal News, 5/1/2022

Blog Archive

Popular Posts