Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ


Bhimbhoi Distinctive Empowerment Camp is held on the premises of Utkalmani Gopbandhu Memorial College.

 


ସାକ୍ଷୀଗୋପାଳ----- ସତ୍ୟବାଦୀ ପଞ୍ଚାୟତ ସମିତି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ବ୍ଳକ ପକ୍ଷରୁ  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତର, ବ୍ଳକ କର୍ମଚାରୀ , ବିଓଡି କ୍ଷୀରୋଦ କୁମାର ବେହେରା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀଲକ୍ଷ୍ମୀ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଏହି ଶିବିରରେ ପୁରୀ ଜଗନ୍ନାଥ ମେଡିକାଲର ଅସ୍ଥିଶଲ୍ୟ ବିଭାଗର ଡ. ଧର୍ମରାଜ ନାଗ, ଡ, ନୀପ୍ତେଶ ସାହୁ ଙ୍କ ସହିତ ତାଙ୍କ ସହଯୋଗୀ ପି,କେ ନନ୍ଦ, ଶରତ କୁମାର ମଲିକ, ଅଜିତ କୁମାର ମହାନ୍ତି, ଓ ଚନ୍ଦ୍ର ଶେଖର ଭୋଳ କର୍ମଚାରୀ ମାନେ ଉପସ୍ଥିତ ରହି ଲୋକମାନଙ୍କୁ ଚିହ୍ନଟ କରିଥିଲେ ।   ଚକ୍ଷୁ ବିଭାଗରେ ଡ. ଜ୍ନେସାରାଣି ତ୍ରିପାଠୀ, ମାନସିକ ବିଭାଗର ଡ, ଅପୂର୍ଣ୍ଣା ମହାନ୍ତି, ଡ. ଦେବାଶିଷ ମିଶ୍ର ଚକ୍ଷୁ ବିଭାଗର ଡ,ରବିନ୍ଦ୍ର କୁମାର ଘଡେଇ ଓ ସହଯୋଗୀ ଚନ୍ଦନ ମହାନ୍ତି ପ୍ରମୁଖ ଶିବିରରେଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ସହ ମାର୍କିଙ୍ଗି କରିଥିଲେ । ଯାହାକି ଆଗାମୀ ଦିନରେ ହିତାଧିକାରୀ ମାନେ ଏହି ପ୍ରମାଣ ପତ୍ର ସାହାର୍ଯ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ସମସ୍ତ ସୁବିଧା ସହଯୋଗ ସହିତ ଟ୍ରେନ ଓ ବସରେ ପାସ ପାଇପାରିବେ ବୋଲି ବିଡିଓ ଶ୍ରୀ ବେହେରା କହିଥିଲେ ।  ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ , ମହାବିଦ୍ୟାଳୟର ଅ୍ମକ୍ଷ ଡ. ରତିକାନ୍ତ ପରିଡା ,ବଡବାବୁ ରାଜ କିଶୋର ପତି , ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା ପ୍ରମୁଖ ଶିବିରରେ ଉପସ୍ଥିତ ରହିଥିଲେ  । ମହାବିଦ୍ୟାଳୟର ଏନ ,ଏନ,ଏସ ଓ ୟୁଥ ରେଡକ୍ରସର ଅଫିସରମାନଙ୍କ ସହ ଛାତ୍ର ଛାତ୍ରୀ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ, ଦେବାଶିଷ ପଟ୍ଟନାକୟ, ରମେଶ ଚନ୍ଦ୍ର ବେହେରା ଓ ବ୍ଳକର ବିଭିନ୍ନ କର୍ମଚାରୀ ଓଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦର ପ୍ରଳ୍ପପ ଅଧିକାରିଣୀ ମୋନାଲିସା ମହାପାତ୍ରଙ୍କ ତତ୍ୱବଧାନରେ ଅନୁଷ୍ଠାନର କର୍ମଚାରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରିରେବ୍ଳକର ବିଭିନ୍ନପଞ୍ଚାୟତରୁ ପାୟ ୫ଶହ ପୁରୁଷ ମହିଳା ଯୋଗ ଦେଇଥିଲେ । ଏମାନଙ୍କୁ ବହୁ ଶିଘ୍ର ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ବ୍ଳକ ସମାଜିକ ସୁରକ୍ଷା ଅଧିକାରୀଣୀ ଶ୍ରୀଲକ୍ଷ୍ମୀ ବେହେରାଙ୍କ ଠ+ାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୧/୨୦୨୨---୭,୩୦ Sakhigopal News, 6/1/2022


Blog Archive

Popular Posts