>>
  • ବିବାହ ଦିନକୁ ମନେ ରଖିବା ପାଇଁ ରକ୍ତଦାନ ଶିବିର
  • >>
  • ଜଟଣୀର ବିଭିନ୍ନ ସ୍ଥାନରେ ପାଳିତ ହେଲା ‘ଇଦ୍‌-ଉଲ୍‌-ଜୁହା’
  • >>
  • ବିକଶିତ କୃଷି ସଙ୍କଳ୍ପ ଅଭିଯାନ କାର୍ଯ୍ୟକ୍ରମ
  • >>
  • ଭଞ୍ଜନଗରରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • >>
  • କଇଁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ପ୍ରତିଭା ସଂମ୍ମାନ ଉତ୍ସବ
  • >>
  • ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ
  • >>
  • ଜଟଣୀ ପୌରପରିଷଦର ଅଜବ ନିୟମ ; ପୁରାତନ ଡ୍ରେନ ର ପୁନଃରୁଦ୍ଧାର ନ କରାଯାଇ ଚାଲିଛି ନୂତନ ଡ୍ରେନ ନିର୍ମାଣ , ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ
  • >>
  • ଶ୍ରୀ ଜଗନ୍ନାଥଙ୍କ ସେନାପଟ ସେବାପାଇଁ ସାକ୍ଷୀଗୋପାଳରୁ ବଉଳକାଠ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ଗମନ
  • >>
  • ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
  • >>
  • ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
  • >>
  • ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ
  • >>
  • କର୍ମଯୋଗୀ ବ୍ରଜମୋହନଙ୍କ ଜନ୍ମଦିବସ ପାଳିତ
  • >>
  • ସତ୍ୟବାଦୀରେ ବିଶ୍ବ ପରିବେଶ ସୁରକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି
  • ଅଭୟମୁଖୀ ଗ୍ରାମ ପଞ୍ଚାୟତରେ ଦୁତୀୟ ପର୍ଯ୍ଯାୟ ପିଠା କାର୍ଯ୍ଯକ୍ରମ; ସାମିଲି ହେଲା କାଳିଆ ଓ ଏଲଇଡି ବଲ

    ଡେଲାଙ୍ଗ----ଡେଲାଙ୍ଗ ବ୍ଳକର ଅଭୟମୁଖୀ ଗ୍ରାମ ପଞ୍ଚାୟତର ରାଜିବ ଗାନ୍ଧୀ ଭବନ ପରିସରରେ ଦୁତୀୟ ପର୍ଯ୍ଯାୟ ପିଠା କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁପରି ରାଜ୍ଯ ସରକାରଙ୍କ ଜନ ସଚେତନତା ସୃଷ୍ଟି କରାଯାଇଥିଲା ସେହିପରି ଏଥର ମଧ୍ଯ କରାଯାଇଛି । ମାତ୍ର କାର୍ଯ୍ଯକ୍ରମରେ ସାମିଲ କରାଯାଇଛି କାଳିଆ ଯୋଜନା ସହିତ ଆମ ଘରେ ଏଲଇଡି ବଲ । ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା ଓ ଜିଲ୍ଳା ପରିଷଦ ସଭ୍ଯ ଦେବାଶିଷ ନନ୍ଦ , ସିଡିପିଓ କାମିନୀ ପ୍ରଭା ସ୍ବାଇଁ , ସହକାରୀ ଯନ୍ତୀ ରମେଶ ଚନ୍ଦ୍ର ସ୍ବାଇଁ ,ଯନ୍ତୀ ଦେବାଶିଷ ପଟ୍ଟନାୟକ ,  ବ୍ଳକ ଯୋଗାଣ ବିଭାଗ ଅଧିକାରିଣି ଲିପିସାରାଣି ରାଉତ,ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ,ସମିତିସଭ୍ଯାଙ୍କ ପ୍ରତିନିଧି ସଂଜୟ ଜେନା,  ମସ୍ଥ୍ଯ ସଂପ୍ରସାରଣ ଅଧିକାରୀ ଦ୍ବାରିକା ନାଥ ଦାଶ ପ୍ରମୂଖ ଉପସ୍ଥିତ ରହି ପିଠା କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ।  ରାଜ୍ଯ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଆଜି ପ୍ରଥମ  ଦିନରେ ୧୦୦ଟି ପରିବାରଙ୍କୁ ଆମ ଘରେ ଏଲ ଇଡି କାର୍ଯ୍ଯକ୍ରମରେ ପ୍ରତି ପରିବାରଙ୍କୁ ୪ଟିଲେଖାଏଁ ବଲ ପ୍ରଦାନ କରାଯାଇଥିଲା । ସେହିପରି ସିଡିପିଓଙ୍କ ପକ୍ଷରୁ ଅଙ୍ଗନଵାଡି କର୍ମୀ , ସହାୟିକା ଓବିଭିନ୍ନ ମହିଳା ସଂଗଠନକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ପଞ୍ଚାୟତ କାର୍ଯ୍ଯନିର୍ବାହି ଅଧିକାରୀ ଦୁର୍ଯୋଧନ ଜେନା କାର୍ଯ୍ଯକ୍ରମରେ ପରିଚାଳନ କରିଥିଲେ । ସେହିପରି ବେରବୋଇ ଗ୍ରାମ ପଞ୍ଚାୟତ ପିଠା କାର୍ଯ୍ଯକ୍ରମରେ ଜୋତିମୟୀ ସ୍ବାଇଁ , ସମିତି ସଭ୍ଯ ଅଭିମନ୍ଯୁ ରାଉତ, ବ୍ଳକର ସହକାରି ଯନ୍ତୀ ରମେଶ ଚନ୍ଦ୍ର ସ୍ବାଇଁ, ସିଡିପିଓ କାମିନି ପ୍ରଭା ସ୍ବାଇଁ, ବ୍ଳକର ଗ୍ରାମ୍ଯ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତୀ ସ୍ବାଗତିକା ପ୍ରଧାନ ଓ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଥିବା ଜଣସାଧାରଣଙ୍କୁ ସଚେତନତା କରାଇଥିଲେ ।  ବିଭିନ୍ନ ବିଭାଗର ଅଧୀକାରି ମାନେ ଉପସ୍ଥିତ ରହିଥିଲେ ।  ବିଦ୍ଯୁତ ବିଭାଗ ପକ୍ଷରୁ ଆମ ଘରେ ଏଲଇଡି ଯୋଜନାରେ ଶହେ ପରିବାରଙ୍କୁ ସାମିଲ କରାଯାଇଥିଲା । ଯୁବ ସଂଗଠକ କୌଳାସ ସ୍ବାଇଁ ପିଠା କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ।
    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

    Blog Archive

    Popular Posts