କନ୍ଧମାଳରେ କିପିରି ଚାଲିଛି ମଧ୍ୟାହ୍ନ ଭୋଜନ, ଦେଖିବାକୁ କେହି ନାହିଁ ଛାତ୍ର ଛାତ୍ରୀ ମାନେ ରାନ୍ଧୁଛନ୍ତି ନିଜ ପାଇଁ ଖାଦ୍ୟ
ବାଲିଗୁଡା---- ରାଜ୍ୟ ସରକାର ପ୍ରଥମିକ ଶିକ୍ଷାର ଉନ୍ନତି ସହିତ ପିଲାଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ମଧ୍ୟାହ୍ନ ଭୋଜନ । ଏଥିପାଇଁ ଶିକ୍ଷା ବିଭାଗ ପାଣ୍ଠିରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ମାତ୍ର ଏହି ଯୋଜନା କିପରି ଚାଲୁଛି ତାହା ଦେଖିବା ପାଇଁ ସତେ ଯେପରି କେହି ନାହାନ୍ତି । ଅଭିଯୋଗ କଲେ ମଧ୍ୟ ସମସ୍ତେ ଚୁପ । ଅଭିଯୋଗ କାଗଜ ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହି ଯାଉଛି । ଜିଲ୍ଲା ଅଧିକାରୀଙ୍କୁ କହିଲେ ଉତ୍ତର ମିଳୁଛି ଯାଅ ମୁଖ୍ୟମନ୍ତ୍ରୀଙ୍କୁ ମୋ ନାମରେ କହିବ । ଏଣୁ କନ୍ଧମାଳର ତଳିଆ ଅଞ୍ଚଳ ଲୋକମାନେ ବାବୁ ମାନଙ୍କ ଭୟରେ କେହି କିଛି କହିବାକୁ ଡରୁଛନ୍ତି । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବିଭାଗ ଓ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟର ରୂପରେଖ ବଦାଳାଇଛନ୍ତି ସତ ମାତ୍ର ଏହା କୌଣସି କାମରେ ଆସୁନାହିଁ । ସୁଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଦ ବ୍ଳକ ଲଙ୍କାଗଡ ପଞ୍ଚାୟତର ପାଞ୍ଜାବାଲି ନୂତନ ପ୍ରାଥମିକ ବିଦ୍ୟାଳୟ ହୋଉଛି ଏହାର ମୁଖସାକ୍ଷୀ । ପାଞ୍ଚଟି ଶ୍ରେଣୀରେ ୨୨ଜଣ ଛାତ୍ର ଛାତ୍ରୀ ଅଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି । ସେଥିପାଇଁ ପ୍ରତି ବିଦ୍ୟାଳୟରେ ପାଚିକା, ସହାୟିକା ନିଯୁକ୍ତି ଦିଆଯାଇଛି । ମାତ୍ର ଏହାର ବାସ୍ତବ ଚିତ୍ର ଅଲଗା । ନିରିହ ଆସିବାସୀ ପିଲାମାନଙ୍କର ସରଳତାର ସୁଯୋଗ ନେଇ ପାଞ୍ଜାବାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ଲୁଟି ଚାଲିଛନ୍ତି ସରକାରୀ ଅର୍ଥ । ଏପରିକି ପିଲାମାନଙ୍କୁ ବିଦ୍ୟାଳୟ ପାଖ ଜଙ୍ଗଲକୁ ଛାଡୁଛନ୍ତି ଜାଳେନି ସଂଗ୍ରହ ପାଇଁ ପଠାଯାଉଛି । ବିଷାକ୍ତ ଖଜୁରୀ ଗଛ କଣ୍ଟା ପତ୍ର ଆଣିବାକୁ ପଠାଯାଉଛି । ଯେଉଁପିଲା ମାନେ ଏହା କରିବାକୁ ରାଜି ହୋଉନାହନ୍ତି ସେ ପିଲାକୁ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଶିକ୍ଷକ ମାନେ ବିଦ୍ୟାଳୟର କୁନି କୁନି ଛାତ୍ରୀ ମାନଙ୍କୁ ବିପଦ ପୂର୍ଣ୍ଣ କାଠ ଚୁଲାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଉଛନ୍ତି । ତାହା ପୁଣି ପାଠ ପଢ଼ା ସମୟରେ । ସରକାର ପିଲାଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଦେଇଥିବା ବେଳେ ଉକ୍ତ ବିଦ୍ୟାଳୟରେ ପୋକରା ଡାଲିରେ ଖାଦ୍ୟ ପ୍ରସ୍ତୁତି କରାଯାଉଛି । ଏ ବିସୟରେ ବିଦ୍ୟାଳର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶଙ୍କୁ ପଚାରିଲେ ସେ କହନ୍ତି ଲେକାଲ ବଜାରରେ ଯାହା ମିଳୁଛି ଆମେ ତାହା କିଣିକି ଦେଉଛୁ ଭଲ ଡାଲି ଆରିବୁ କେଉଁଠୁ ବୋଲି ସେ ଓଲଟା ପ୍ରଶ୍ନ କରନ୍ତି । ସେହିପରି ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପଚାରିଲେ ସେ ଏହି ଘଟଣାକୁ ହାଲୁକା ଭାବରେ ଗ୍ରହଣ କରିଥିଲେ । ତାଙ୍କ କଥାରୁ ଜଣାପଡୁଥିଲା ବ୍ଳକ ସାରା ଏହିପରି ମଧ୍ୟାହଜନ ଭୋଜନ ଚାଲିଛି । ସମସ୍ତେ ଏହି ଘଟଣା ସମ୍ପର୍କରେ ଜାଣିଛନ୍ତି । ସେଥିଯୋଗୁ ମଣ୍ଡଳ ଶିକ୍ଷା ଅଧିକାରୀ ଘଟଣାକୁ ହାଲୁକା ଭାବରେ ଗ୍ରହଣ କରିଥିଲେ । ଅନ୍ୟ ପକ୍ଷେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଅଧିକାଂଶ ସମୟରେ ବିନା ଛୁଟିରେ ଅନୁପସ୍ଥିତ ରହିଥାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସରକାର ଶିକ୍ଷା ବିଭାଗ ପାଇଁ ଉନ୍ନତିର ଡିଣ୍ଡିମି ପିଟୁଥିବା ବେଳେ ପାଞ୍ଜାବାଲି ପ୍ରାଥମିକ ବିଦ୍ୟାଳୟ ହୋଉଛି ଏହାର ଜ୍ୱଳନ୍ତ ପ୍ରମାଣ । ସବୁ ଜାଣିକି ମଧ୍ୟ କେହି ମୁହଁ ଖୋଲିବାକୁ ଏଠାରେ ରାଜି ନୁହନ୍ତି । ଆଦିବସୀ ପିଲା ମାନେ ପାଠ ପଢ଼ି ଶିକ୍ଷିତ ହେବାକୁ ଜିଲ୍ଲା ଅଧିକାରୀ ମାନେ ଚାହୁଁନ ଥିବା ଭଳି ଅଭିଯୋଗ ମାନ ଆସିଛି । ଅନ୍ୟ ପକ୍ଷେ ଏହି ନୀରିହ ଶିଶୁ ମାନଙ୍କର କିଛି ନ ହୋଉ ବୋଲି ବୁଦ୍ଧିଜିବୀ ମାନେ କହିଛନ୍ତି । ତୁରନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମାନେ ଚେତାବନି ଦେଇଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା,
କନ୍ଧମାଳରୁ ମନୋଜ କୁମାର ପଣ୍ଡା,