ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଏନସିସି ପରୀକ୍ଷା
ସାକ୍ଷୀଗୋପାଳ ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏନ.ସି.ସି .ଏ ର ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୨୩ଜଣ ଏନସିସି କ୍ୟାଡେଟ ଓ ଚନ୍ଦନପୁର ମହନ୍ତ ଗଦାଧର ଉଚ୍ଚ ବିଦ୍ୟାଳୟର ୨୨ ଜଣ କ୍ୟାଡେଟ ପରୀକ୍ଷା ଦେଇଛନ୍ତି । ଏନ,ସି,ସି ପୁରୀଙ୍କ ତରଫରୁ ବିଦ୍ୟାଳୟର ଏନସିସି ଅଫିସର ବିଜୟ କୁମାର ପରିଡା ପରୀକ୍ଷା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ୍ ପ୍ରଧାନ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରୀକ୍ଷା ପରିଚାଳନରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି