Breaking News

କନ୍ଧମାଳଙ୍କ ସାଂସଦଙ୍କ ମାରାଥନ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

କନ୍ଧମାଳ ---- କନ୍ଧମାଳ ଜିଲ୍ଲାର ବାଲିଗୁଡା  ବ୍ଳକରେ ସାଂସଦ ପ୍ରତୁଷା ରାଜେଶ୍ୱରୀ ଦେବୀ ଙ୍କ ମାରାଥନ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି  । ପ୍ରଥମେ ଗାୟତ୍ରୀ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ସାଂସଦଙ୍କ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିବା କଲ୍ୟାଣମଣ୍ଡପ, ନୂଆସାହି ସ୍ଥିତ ପାଟଖଣ୍ଡା ବିଦ୍ୟାପୀଠର ପାଚେରୀ, ବରଳଦେବୀ ମନ୍ଦିର, ଉଚ୍ଚ ବିଦ୍ୟାଳୟର ରୋଷୋଇଗୃହ, ଶିକ୍ଷା ନିକେତନ, ପାଟଖଣ୍ଡା ପବ୍ଳିକ ସ୍ଳୁଲର ବାଉଣ୍ଡରୀ, ଭଗାମୁଣ୍ଡା କମୁନିଟି ସେଣ୍ଟର, ନୃସିଂହ ମନ୍ଦିର ଗୋଷ୍ଠୀ ଗୃହ, ଦଣ୍ଡପଦର ଧବଳେଶ୍ୱର ମନ୍ଦିରରେ ହାଇମାକ୍ସ ଲାଇଟିର ଶୁଭାରମ୍ଭ କରିଥିଲେ  । ଅନୁଷ୍ଠିତ ସଭାରେ ରାଜ୍ୟ ବିଜେଡି ସରକାର ତଥା ଓଡିଶାର  ଜନପିୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଜନହିତକର ଯୋଜନା ଗୁଡିକ ଯେପରି ସହର ଠାରୁ ଗ୍ରାମଞ୍ଚଳରେ ଥିବା ପରିବାରଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ମଧ୍ୟ ଯୋଜନା କରାଯାଇଛି ବୋଲି ସାଂସଦ କହିଛନ୍ତି । ସେହିପରି କନ୍ଧମାଳ ଅଞ୍ଚଳରେ ସାଂସଦଙ୍କ ପାଣ୍ଠିରୁ ଲୋକମାନଙ୍କ ସାମୂହିକ ବିକାଶ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସାଂସଦ ଶ୍ରୀ ଦେବୀ କହିଥିଲେ  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts