ଗୁହାଳରେ ନିଆଁଲାଗି ୪ ଗାଇଗୋରୁ ଆହତ
ବଙ୍ଗୋମୁଣ୍ଡା ---- ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ର ଗୁରୁଣ୍ଡା ଗାଁ ରେ ଆଜି ଭୋର ସମୟରେ କାମଦେବ ସାହୁ ଙ୍କ ଗୁହାଳ ରେ ନିଆ ଲାଗିଯାଇଥିଲା । ଗୁହାଳ ଉପରେ ଗାଈ ପାଇଁ ଖାଦ୍ୟ ରଖିଥିଲେ । ଆଜି ପାହାନ୍ତିଆ ରେ ନିଆ ଲାଗି ପୁଆଳ ସଂପୂର୍ଣ୍ଣ ପୋଡିଯାଇଥିଲା । ସେଠାରେ ଥିବା ୪ଟି ଗାଈ ଗୁରୁତର ଆହାତ ହୋଇଥିବା ବେଳେ ମୋଟର ସାଇକେଲ ର ଅଧା ଅଂଶ ପୋଡିଯାଇଥିବା ଜଣାପଡିଛି । ନିଆଁଲାଗିଥିବା ଜାଣିପାରିବା ପରେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟାକରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଗାଈ ପାଇଁ ରଖିଥିବା ବର୍ଷକର ଖାଦ୍ୟ ନଷ୍ଟ ହୋଇଯାଇଛି । ଉକ୍ତ ପରିବାର ଏହି ଗାଇ ମାନଙ୍କର କ୍ଷୀର ବିକ୍ରୟ କରି ପରିବାର ଭରଣ ପୋଷଣ କରିଥାନ୍ତି । ଗରିବ ପରିବାର ହୋଇଥିବା ରୁ ଉକ୍ତ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବା ସହ ଗାଇ ଗୁହାଳ ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ
ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ