କୃଷ୍ଠ ରୋଗ ସଚେତନତା ଆଲୋଚନା ଚକ୍ର
ଡେଲାଙ୍ଗ------ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କୃଷ୍ଠରୋଗ ସଚେତନତା ଆଲେଚନା ଚକ୍ର ସହିତ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଜଣା ଅଜଣା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି କୃଷ୍ଠ ରୋଗର ଲକ୍ଷଣ ସହିତ ସେମାନଙ୍କୁ ଛୁଇଁଲେ କୌଣସି ଅସୁବିଧା ବା ରୋଗ ଡିଏଁନାହିଁ ବୋଲି ଉପସ୍ଥିତ ଥିବା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସମ୍ପସାରଣ ଅଧିକାରୀ ସୃୁତିଲତା ବିଶ୍ୱାଳ ଯୋଗଦେଇ ବକ୍ତବ୍ୟ ରଖିଥଲେ । ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ବିନୋଦିନୀ ରଥ ଓ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ଧୁବ ଚରଣ ବରାଳ, ସୁବାଷ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ଝରଣା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଜଣା ଅଜଣା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ୮ମ ଶ୍ରେଣୀର ଛାତ୍ରୀ ସ୍ୱାଗତିକା ପାଣ୍ଡେ, ୯ମ ଶ୍ରେଣୀର ଛାତ୍ରୀ ଅରପିତା ସିଂହ ଦୁତୀୟ ସ୍ଥାନ ଓ ତୁତୀୟ ସ୍ଥାନରେ ୯ ମଶ୍ରେଣୀର ଛାତ୍ରୀ ଦେବଦର୍ଶନୀ ଦଳାଇଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତି ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି