Breaking News

ବରାଗଡ- ତେଇଶିପୁର ନାଳ ଉପରେ ଆନିକଟ ସେତୁ ର ଶିଳାନ୍ୟାସ କଲେ ବିଧାୟକ ଶ୍ରୀ ମହାରଥୀ

ପିପିଲି----  ଜଳସମ୍ପଦ ବିଭାଗ ଓଡିଶା ପକ୍ଷରୁ ପିପିଲି ବ୍ଳକର ବରାଗଡ- ତେଇଶିପୁର ନାଳ ଉପରେ ଚାରୋଟି ଆନିକଟ ସେତୁ ନିର୍ମାଣର ଶିଳାନ୍ୟାସ ତେଇଶିପୁର ଛକ ଉପରେ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀ ଶୁକ୍ରବାର ଶିଳାନ୍ୟାସ କରିଛନ୍ତି । କାଙ୍କନଡୁଆ ସେତୁ ନିର୍ମାଣ ପାଇଁ ୩୪ ଲକ୍ଷ ୮ ହଜରା ୮୫୩ ଟଙ୍କା ଖର୍ଚ୍ଚ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । ସେହିପରି ଉକ୍ତ ନାଳର ପୋଟଳ ଠାରେ ଆନିକଟ କରାଯିବ ସେଥିପାଇଁ ୨୧ଲକ୍ଷ, ୩୧ ହଜାର ୯୧୭ ଟଙ୍କା, ବଡସରଗାଇଲ ଠାରେ ଆନିକଟ ସେତୁ ପାଇଁ ୩୪ ଲକ୍ଷ, ୪୮ ହଜାର ୨୬୪ଟଙ୍କା ଓ ପୋଡଙ୍ଗ ଠାରେ ୨୩ ଲକ୍ଷ ୪୬ ହଜାର ୮୮୫ ଟଙ୍କା ବ୍ୟାୟ କରାଯିବ ବୋଲି ଜଳ ନିକାଶ ବିଭାଗ ପୁରୀର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବେହେରାଙ୍କ ଠାରୁ ପ୍ରକାଶ  । ଏହି ଆନିକଟ ସେତୁ ନିର୍ମାଣ କରାଯିବା ପରେ ଏହି ନାଳର ଉଭୟ ପାଶ୍ୱର୍ରେ ଥିବା ସମସ୍ତ ଚାଷୀ ମାନେ ବର୍ଷା ଛାଡିଗଲା ପରେ ପାଣି ନେଇ ଚାଷ କରି ପାରିବେ । ପ୍ରାୟ ୫୦ ହଜାର ଚାଷୀ ଏହି ଆନିକଟ ସେତୁ ଦ୍ୱାରା ଉପକୃତ ହୋଇପାରିବେ ବୋଲି ଉପଖଣ୍ଡ ଅଧିକାରୀ ପ୍ରଦୀପ୍ତ କୁମାର ଜେନାଙ୍କ ଠାରୁ ପ୍ରକାଶ  । ସେହିପରି ପଞ୍ଚାୟତର ମିଶନ ଶକ୍ତି ମହିଳା  ମହାସଂଘର ଗୃହ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତେଇଶିପୁର ସମିତିସଭ୍ୟ ଧରଣୀ ଧର ସାହୁ, ବ୍ଳକ ଅଧ୍ୟକ୍ଷା କଳ୍ପ ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ , ସରପଞ୍ଚ ନରେନ୍ଦ୍ର ଦାଶ,ମହିଳା ସଂଗଠନର ସଭାନେତ୍ରୀ ଉମାମଣି ରଥଙ୍କ ସହ ବିଭିନ୍ନ ମହିଳା ସଂଗଠନର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ  ।
 ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts