ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ
ଜଟଣୀ:- ସଡକ ବ୍ୟବହାରକାରୀଙ୍କ ମଧ୍ୟରେ ଲେଭେଲ କ୍ରସିଙ୍ଗ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଲେଭେଲ କ୍ରସିଙ୍ଗଠାରେ ଦୁର୍ଘଟଣାକୁ ଏଡ଼ାଇବା ଉଦ୍ଧେଶ୍ୟ ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଲେଭେଲ୍ କ୍ରସିଙ୍ଗ ସଚେତନତା ଦିବସ ପାଳନ କରାଯାଇଛି। ଏହି ପର୍ଯ୍ୟବେକ୍ଷଣର, ଅରଗୁଳ ରେଳ ଷ୍ଟେସନ ନିକଟସ୍ଥ ଲେଭଲ କ୍ରସିଂ ଗେଟ୍ ନମ୍ବର ୨୦୨ ରେ, ଜନସାଧାରଣଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସଚେତନତା ପାଇଁ ଲେଭେଲ କ୍ରସିଙ୍ଗ ଗେଟଠାରେ ସୁରକ୍ଷା ସତର୍କତା ପାଇଁ ଜନ ପରାମର୍ଶ, ଲିଫ୍ଲେଟ ବଣ୍ଟନ, ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଏବଂ ସ୍ଲୋଗାନ ଇତ୍ୟାଦି ପରିବେଷଣ କରାଯାଇଥିଲା । ଖୋର୍ଦ୍ଧା ରୋଡ଼ ସିଭିଲ ଡିଫେନ୍ସ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା । ଏହି ପ୍ରଥପ୍ରାନ୍ତ ନାଟକ ଦ୍ଵାରା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ଯେ ଟ୍ରେନ ଫାଟକ ଅତିକ୍ରମ କରିବା ପାଇଁ ମାତ୍ର କିଛି ସେକେଣ୍ଡ ସମୟ ନେଇଥାଏ, ତେଣୁ ଫାଟକ ବନ୍ଦ ଥିବା ସମୟରେ ଜନସାଧାରଣ ଧୈର୍ଯ୍ୟ ରଖନ୍ତୁ ଆଉ ଗେଟ୍ ବନ୍ଦ ଥିଲା ବେଳେ ରେଳ ଟ୍ରାକ ଅତିକ୍ରମ କରନ୍ତୁ ନାହିଁ । ଗେଟ୍ ଖୋଲିବା ପାଇଁ ଗେଟ୍ କିପରଙ୍କୁ ଚାପ ନ ପକାଇବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲl । ଲେଭଲ କ୍ରସିଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ୧ ଜୁନ୍ ରୁ ୭ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ଅଧୀନରେ, ଡିଭିଜନର ବିଭିନ୍ନ LC ଗେଟଗୁଡ଼ିକରେ ସୁରକ୍ଷା ଯାଞ୍ଚ, ପରାମର୍ଶ କାର୍ଯ୍ୟକ୍ରମ ଏବଂ ସୁରକ୍ଷା ସେମିନାର ଆୟୋଜନ କରାଯାଉଛି। ଏହି ସଚେତନତା କାର୍ଯ୍ୟକ୍ରମରେ, ଶ୍ରୀ ପି.କେ.ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (OP), ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଶ୍ରୀ ଶରତ ଚନ୍ଦ୍ର ବେହୁରିଆ, ଡେପୁଟି ମୁଖ୍ୟ ନିରାପତ୍ତା ଅଧିକାରୀ, ପୂର୍ବ ତଟ ରେଲୱେ, ଏବଂ ଶ୍ରୀ ଆଶିଷ କୁମାର୍ ସେନାପତି, ବରିଷ୍ଠ ମଣ୍ଡଳ ନିରାପତ୍ତା ଅଧିକାରୀ (କାର୍ଯ୍ୟକାରୀ), ଖୋର୍ଦ୍ଧା ରୋଡ଼, ଲେଭେଲ କ୍ରସିଙ୍ଗ ଠାରେ ଉପସ୍ଥିତ ଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୬/୬/୨୦୨୫---୯,୨୦ Sakhigopal News,6/6/2025
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୬/୬/୨୦୨୫---୯,୨୦ Sakhigopal News,6/6/2025