Breaking News

ବିଶ୍ଵ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ଵର ପକ୍ଷରୁ ବୃକ୍ଷରୋପଣ



ଜଟଣୀ :----ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ଏକ ସ୍ବଚ୍ଛ ତଥା ସବୁଜପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ବ ପରିବେଶ ଦିବସ ପାଳନ କରିଛି। ଚଳିତ ବର୍ଷର ଶୀର୍ଷକ 'ପ୍ଲାଷ୍ଟିକ ପ୍ରଦୂଷଣର ଅନ୍ତ ଘଟାଇବା । ଏହି ଉତ୍ସବକୁ ପାଳନ କ୍ୟାମ୍ପସ୍ ପରିସରରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ୧୦୦ ଟି ଛାୟା ପ୍ରଦାନକାରୀ ଗଛ, ଫଳ ଏବଂ ଫୁଲ ଗଛ ଲଗାଯାଇଥିଲା ।ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ବୃକ୍ଷ ରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ, ରେଜିଷ୍ଟ୍ରାର ଶ୍ରୀ ବାମଦେବ ଆଚାର୍ଯ୍ୟ, ଅଧ୍ୟକ୍ଷଣ ଯନ୍ତ୍ରୀ କେ. ରବିନ କୁମାର ଦୋରା, ଅଧ୍ୟାପକ,କର୍ମଚାରୀ ଏବଂ କ୍ୟାମ୍ପସର ବାସିନ୍ଦାମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ ।ପ୍ରତିଷ୍ଠାନର ହର୍ଟିକଲଚରିଷ୍ଟ ଶ୍ରୀ କେ.ଭି. ରେଡ୍ଡୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଏହା ଉଲ୍ଲେଖ କରାଯାଇପାରେ ଯେ ପ୍ରାୟ ୪ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଆଇଆଇଟି ଭୁବନେଶ୍ବର କ୍ୟାମ୍ପସପରିସରରେ ୫୦,୦୦୦ ରୁ ଅଧ‌ିକ ଚିର ସବୁଜ ଏବଂ ଫୁଲ ଏବଂ ଫଳ ଗଛ ରହିଛି। କ୍ୟାମ୍ପସକୁ ପରିଷ୍କାର ଏବଂ ସବୁଜରଖୁବା ଦିଗରେ ମଧ୍ୟ ଅନୁଷ୍ଠାନ ଅନେକ ପଦକ୍ଷେପ ନେଇଛି। ପରିବେଶ ପ୍ରତି ପ୍ରତିବଦ୍ଧତା ଭାବରେ କ୍ୟାମ୍ପସ ପରିସରରେଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର କରିବାକୁ ମଧ୍ୟ ଅନୁଷ୍ଠାନ ନିଷେଧ କରିଛି। ଆଇଆଇଟି ଭୁବନେଶ୍ବର ଏହି ସ୍ଥାନର ପ୍ରାକୃତିକ ପରିବେଶର ସୁରକ୍ଷା ଦିଗରେ ଅତ୍ୟନ୍ତ ପ୍ରତିବଦ୍ଧ ଥ‌ିବାବେଳେ ଏହି ସ୍ଥାନକୁ ଶିକ୍ଷା ଏବଂ ବୁଦ୍ଧିର କେନ୍ଦ୍ରରେ ପରିଣତକରିବା ପାଇଁ ଭିତ୍ତିଭୂମି ବିକାଶ କରୁଛି। ପ୍ରତିଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ 'ସାଇକେଲଚାଳନା ସଂସ୍କୃତି'ସଫଳତାର ସହ କାର୍ଯ୍ୟକାରୀ କରିଛି ଯେଉଁଥରେ ଉଭୟ ସ୍ବାସ୍ଥ୍ୟ ଏବଂ ଫିଟନେସ୍ ପାଇଁ ଏକ ଚେତନା ସୃଷ୍ଟି କରିବା ସହିତସେମାନଙ୍କ ଚାରିପାଖରେ ଥ‌ିବା ପ୍ରକୃତି ପ୍ରତିପୋଷଣ କରାଯାଇଥାଏ ବୋଲି ସଚେତନତା କରାଯାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୬/୨୦୨୫---୮,୪୫ Sakhigopal News,6/6/2025

Blog Archive

Popular Posts