ଡ. ବିଶ୍ୱନାଥ କେନ୍ଦ୍ରୀୟ ନାରିକେଳ ବୋର୍ଡର ପ୍ରଥମ ଓଡିଆ ଉପାଧ୍ୟକ୍ଷ
ସାକ୍ଷୀଗୋପାଳ-- ପୁରୀ ଜିଲ୍ଲାର ସତ୍ୟବାଦୀ ଅଞ୍ଚଳର ସାମାଜିକ କର୍ମୀ , ଶିକ୍ଷାବିତ୍ ଓ ରାଜନୈତିକ ଡ.ବିଶ୍ୱନାଥ ରଥ ଜଣେ ନଡିଆ ଚାଷୀ ତଥା ନଡିଆ ଚାଷର ଉନ୍ନତି ଓ ବିକାଶ ପାଇଁ ସେ ଦୀର୍ଘଦିନ ହେବ ଉଦ୍ୟମ କରି ଆସୁଛନ୍ତି । ୨୦୧୫ ମସିହାରେ ସେ ନାରିକେଳ ବୋର୍ଡର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରହି ଓଡିଶା ଚାଷୀ ମାନଙ୍କର ଅଗ୍ରଗତି ନିମନ୍ତେ କେନ୍ଦ୍ରୀୟ ନାରିକେଳ ବୋର୍ଡ ବୈଠକରେ ବିଭିନ୍ନ ପ୍ରସ୍ତାବ ଉଠାଊଥିଲେ । ଚେନ୍ନାଇଠାରେ ନାରିକେଳ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଡ. ବିଶ୍ୱନାଥ ରଥଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ରଥ ପ୍ରଥମ ଓଡିଆ ଭାବେ ଏହି ସମ୍ମାନଜନକ ପଦବୀ ପାଇବାରେ ସକ୍ଷମ ହୋଇଛନ୍ତି । ସେ ଜଣେ ଟାଣୁଆ ବିଜେପିର ନେତା ଭାବରେ ବେଶ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଜଣାଶୁଣା । ଏଥିପାଇଁ କେନ୍ଦ୍ରମନ୍ତୀ ରାଧାମୋହନଜି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି